ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଚୋର ଦଳ ସକ୍ରିୟ ହୋଇପଡ଼ିଛନ୍ତି l ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଇ ସଫଳ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ପୋଲିସ ଟେର ପାଇପାରୁ ନାହିଁ। ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମାଣ୍ଡିଆପଲ୍ଲୀ ବିକାଶ ନଗର ପ୍ରଥମ ଲାଇନର ଏକ ଘର ପଶି ଗ୍ରିଲ୍‌ କାଟି ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l

ମିଳିଥିବା ସୂଚନା ମୁତାବକ, ବିକାଶନଗର ପ୍ରଥମ ଲାଇନରେ ରହୁଥିବା ପ୍ରଫୁଲ୍ଲ ଦାଶ କିଛି ଦିନ ହେଲା ବାହାରକୁ କୌଣସି କାମରେ ଯାଇଥିଲେ l ଘରେ ରହୁଥିବା ତାଙ୍କ ଝିଅ ଏବଂ ନାତି, ନାତୁଣୀ ଉପର ମହଲାକୁ ରାତି ପ୍ରାୟ ୧୨ଟାରେ ଶୋଇବାକୁ ଯାଇଥିଲେ।

ହେଲେ ସେମାନେ ସକାଳୁ ଉଠି ଦେଖିବା ବେଳକୁ ତଳ ଘର ଆଲମାରୀ ଭଙ୍ଗା ଯିବା ସହ ଜିନିଷଗୁଡିକ ଏଣେ ତେଣେ ପଡ଼ିଥିବା ଦେଖିଥିଲେ। ପରେ ଆଲମାରୀରେ ରହିଥିବା ୧୦ ଭରି ସୁନା ଗହଣା, ରୂପା ପ୍ରାୟ ୧ କେଜି, ନଗଦ ୨ ଲକ୍ଷ ୬୨ ହଜାର ଟଙ୍କା ଏବଂ ଦାମି ଲୁଗାପଟା, କାଗଜପତ୍ର ଦୃର୍ବତ୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ l

ସୋମବାର ସକାଳେ ପ୍ରଫୁଲ୍ଲ ଘରେ ପହଞ୍ଚି ଦେଖିବା ପରେ ଘର ଝରକା ଗ୍ରିଲ ଭାଙ୍ଗି ଦୃର୍ବତ୍ତମାନେ ପଶି ଲୁଟିନେଇଥିବା ଜାଣିବାକୁ ପାଇ ଥିଲେ l ଏ ନେଇ ସେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୯୫/୨୪) ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶରତ କୁମାର ମହାଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍‌

ପୁରୀ,୩ା୭: ପୁରୀ ରଥଯାତ୍ରା ପାଇଁ ରାଜ୍ୟରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌। ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ପାଇଁ ୩୧୫ରୁ ଊର୍ଦ୍ଧ୍ୱ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବତଟ...

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୩ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି । ଏ ସମ୍ପର୍କରେ ସୁକ୍‌ମା ପୋଲିସ ଦେଇଥିବା ସୂଚନା...

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ

କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ...

ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଲା ମୃତଦେହ

ଚିତ୍ରକୋଣ୍ଡା,୩ା୭(କ୍ଷୀରୋଦ ବେହେରା): ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଛି ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲକ୍ୟାମ୍ପ...

ପାନୀୟଜଳ ସମସ୍ୟା ଦୂରହେବା ଆଶା ଉଜ୍ଜୀବିତ

କେସିଙ୍ଗା,୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ପରଲସିଙ୍ଗା ଗ୍ରାମ ପଞ୍ଚାୟତବାସୀ ପାନୀୟଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଆପତ୍ତି ଅଭିଯୋଗ ପରେ...

ଟ୍ରେଲର ପଛରେ ପିଟିହେଲା କାର୍‌: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଗୋପାଳପୁର,୩ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍‌ ନିକଟରେ ବୁଧବାର ଅପରାହ୍ନରେ ଟ୍ରେଲର ପଛରେ...

ପୁଣି ମାତିଲେ ଦନ୍ତା ହାତୀ: ଘର ଭାଙ୍ଗିବା ସହ ବ୍ୟାପକ ଫସଲ କଲେ ନଷ୍ଟ, ଲୋକେ ଆତଙ୍କିତ

ବାଲିଗୁଡା,୩।୭(ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ୨୫ ଟିକିଆ...

ଅବକାରୀ ଚଢ଼ାଉ, ୩ ଗିରଫ

ମୋରଡ଼ା,୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନିଜଣଙ୍କୁ ଗିରଫ କରିଛି। ଅବକାରୀ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri