ଓ୍ବାଶିଂଟନ୍: ବିମାନ ବନ୍ଦରରେ ଲଗେଜ୍ ହଜିବା କୌଣସି ନୂଆ କଥା ନୁହେଁ। ଲଗେଜ୍ ହଜିବା ପରେ ଅନେକ ଯାତ୍ରୀ ଏ ନେଇ ଅଭିଯୋଗ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଲଗେଜ୍ ଖୋଜି ସେମାନଙ୍କୁ ଫେରାଇ ଦେଇଥାନ୍ତି। କିନ୍ତୁ ଏୟାରପୋର୍ଟରେ ହଜିଥିବା ଆମେରିକାର ଏପ୍ରିଲ ଗାଭିନଙ୍କ ଲଗେଜ୍ ତାଙ୍କୁ ୪ ବର୍ଷ ପରେ ମିଳିଛି। ଏ କଥା ଏକ ଟିକ୍ଟକ୍ ଭିଡିଓ ଶେୟାର କରି ଗାଭିନ୍ କହିଛନ୍ତି। ୨୦୧୮ରେ ସେ ଏକ ବିଜ୍ନେସ୍ ମିଟିଙ୍ଗ ପାଇଁ ୟୁନାଇଟେଡ୍ ଏୟାରଲାଇନ୍ସରେ ଯାଇଥିଲେ। ଫେରିଲାବେଳେ ତାଙ୍କର ଲଗେଜ୍ ହଜିଯାଇଥିଲା। ଏ ନେଇ ସେ ବିମାନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ବର୍ଷ ପରେ ବର୍ଷ ବିତି ଏମିତି ୪ ବର୍ଷ ଗଲା ପରେ ତାଙ୍କ ପାଖକୁ ଅଜଣା ନମ୍ବରରୁ ଏକ କଲ୍ ଆସିଥିଲା । ଟେକ୍ସାସ୍ର ହୋଷ୍ଟନ୍ରୁ ଗାଭିନ୍ଙ୍କ ପାଖକୁ ଏହି ଫୋନ୍ କଲ୍ ଆସିଥିଲା, ଯେ ତାଙ୍କ ହଜିଥିବା ଲଗେଜ୍ ମିଳିଥିବା ଖବର ଦେଇଥିଲେ। ଏହାପରେ ଆଉ ବିଳମ୍ବ ନ କରି ଗାଭିନ୍ ଲଗେଜ୍ ଆଣିବା ପାଇଁ ସେଠାରେ ପହଞ୍ଚିଥିଲେ। ଲଗେଜ୍ରେ ଥିବା ଜିନିଷପତ୍ର ସୁରକ୍ଷିତ ଥିବା ବେଳେ ବ୍ୟାଗ୍ଟି ସାମାନ୍ୟ ଭାଙ୍ଗିଯାଇଥିବା ଗାଭିନ କହିଛନ୍ତି।