Categories: ଖେଳ

ଅନିଶ୍ଚିତତାରେ ଧୋନୀଙ୍କ ଆଇପିଏଲ୍‌ କ୍ୟାରିୟର

ଦୁବାଇ,୭।୧୦: ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସହ ଯୋଡ଼ି ହୋଇ ରହିବେ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ୨୦୨୨ରେ ସେ ଚେନ୍ନାଇ ପକ୍ଷରୁ ପ୍ରତିନିଧିତ୍ୱ କରିବେ କି ନାହିଁ, ତାହା ବର୍ତ୍ତମାନ ତାଙ୍କୁ ଜଣା ନ ଥିବା ଧୋନୀ କହିଛନ୍ତି।

ଗୁରୁବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ୪୦ ବର୍ଷୀୟ ଧୋନୀଙ୍କୁ ଆଗାମୀ ଆଇପିଏଲରେ ସେ ଚେନ୍ନାଇ ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ରହିବେ କି ପଚରାଯାଇଥିଲା। ଏହାର ଉତ୍ତର ଧୋନୀ କହିଥିଲେ, ଆଗାମୀ ବର୍ଷ ମଧ୍ୟ ମୋତେ ହଳଦିଆ ଜର୍ସିରେ ଦେଖିବାକୁ ପାଇବେ। କିନ୍ତୁ ମୁଁ ସିଏସ୍‌କେ ପାଇଁ ଖେଳିବି ନା ନାହିଁ, ତାହା ଅନିଶ୍ଚିତତା ଘେରରେ। ଏହା ପଛର କାରଣ ହେଉଛି, ପରବର୍ତ୍ତୀ ସିଜନଠାରୁ ଆଇପିଏଲରେ ଦୁଇ ନୂଆ ଦଳ ସାମିଲ ହେଉଛନ୍ତି। ଆମକୁ ରିଟେନଶନ ପଲିସି ସମ୍ପର୍କରେ କିଛି ଜଣାନାହିଁ। କେତେ ଜଣ ବିଦେଶୀ, ଭାରତୀୟ ଖେଳାଳିଙ୍କୁ ରିଟେନ କରାଯାଇପାରିବ ଓ ସେଥିଲାଗି କେତେ ଟଙ୍କା କାଟ କରାଯିବା, ତାହା ଆମକୁ ଜଣାନାହିଁ। ନିୟମ ଜଣାପଡ଼ିବା ପରେ ହିଁ ନିଷ୍ପତ୍ତି ନେବୁ।

ନିକଟରେ ଧୋନୀ ଇଣ୍ଡିଆ ସିମେଣ୍ଟର ଏକ ଇଭେଣ୍ଟରେ ଯୋଗଦେଇ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ସିଏସ୍‌କେ ପାଇଁ ବିଦାୟୀ ମ୍ୟାଚ୍‌ ଖେଳିବାକୁ ଚାହୁଁଥିବା ଇଚ୍ଛା ପ୍ରକଟ କରିଥିଲେ।

Share