Categories: ଫୁରସତ

ଲଟକନ୍‌ ଫ୍ୟାଶନ

ଲଟକନ୍‌ ଯାହା ସିମ୍ପଲ ଦେଖାଯାଉଥିବା ବ୍ଲାଉଜ୍‌, ଲେହେଙ୍ଗା ଆଉ ସୁଟ୍‌ର ଗ୍ରେସ୍‌ ବଢାଇଦିଏ। ବିଶେଷକରି ବାହାଘର, ପୂଜାପର୍ବ ଆଦି ସମୟରେ ଯେଉଁ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧାଯାଏ, ତାହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ଯଦି ସେଥିରେ ଲଟକନ୍‌ ଲଗାଇ ଦିଆଯାଏ, ତା’ହେଲେ ତାହାର ଆକର୍ଷଣ ଆହୁରି ବଢିଯାଏ। ତେବେ କେଉଁ ଆଉଟ୍‌ଫିଟ୍‌କୁ କେଉଁ ଲଟକନ୍‌ ଭଲ ମାନିଥାଏ ଜାଣନ୍ତୁ ସେ ସମ୍ପର୍କରେ…

* ସିତାରୋଁ ବାଲି ଲଟକନ୍‌: ଆଜିକାଲି ଏହି ଟାଇପ୍‌ ଲଟକନ୍‌ର ବହୁତ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ହଳଦୀ ରସମ, ମେହେନ୍ଦି, ବାହାଘର ଭଳି ଦିନରେ ଶାଢିର ବ୍ଲାଉଜ୍‌ରେ ହେଉ ଅବା ଲେହେଙ୍ଗାରେ ଏହି ଡିଜାଇନ୍‌ର ଲଟକନ୍‌ ଲଗାଇ ଆକର୍ଷଣୀୟ ଲୁକ୍‌ ପାଇପାରିବେ।
* ରୋଜ୍‌ ଡିଜାଇନ୍‌ ଲଟକନ୍‌: ଏହା ଏକପ୍ରକାର ୟୁନିକ୍‌ ଡିଜାଇନ୍‌ ଲଟକନ୍‌। ବିଶେଷକରି ବ୍ରାଇଡାଲ୍‌ ବ୍ଲାଉଜ୍‌ ତଥା ଲେହେଙ୍ଗାରେ ଏହି ଟାଇପ୍‌ର ଲଟକନ୍‌ ଲଗାଇେଲେ ଲୁକ୍‌ ଡିଫରେଣ୍ଟ ଲାଗିଥାଏ।
* କଷ୍ଟମାଇଜ୍‌ ଲଟକନ୍‌: ଏହି ଟାଇପ୍‌ର ଲଟକନ୍‌କୁ ବାହାଘର ଅବସରରେ ପିନ୍ଧିବାକୁ ଚାହୁଁଥିଲେ, ଏହାକୁ ବ୍ରାଇଡାଲ୍‌ ବ୍ଲାଉଜ୍‌ ହେଉ ଅବା ଲେହେଙ୍ଗାରେ ଲଗାଇ ସେଥିରେ ବର-କନ୍ୟାଙ୍କର ନାମ ଲେଖିବା ସହ ଆଉ କେତୋଟି ଟ୍ରେଣ୍ଡି ଲାଇନ୍ସ ବି ଲେଖିପାରିବେ।
* ଜରକନ୍‌ ଲଟକନ୍‌: ଏହା ଏକ ଲାଟେଷ୍ଟ ଷ୍ଟାଇଲ୍‌ର ଲଟକନ୍‌। ବିଶେଷକରି ସିଲଭର୍‌ କିମ୍ବା ଗୋଲ୍ଡେନ୍‌ କଲର୍‌ର ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ସାଙ୍ଗରେ ଏହି ଲଟକନ୍‌କୁ ପେୟାର୍‌ କଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।
* ମଲ୍ଟି ଲେୟାର୍‌ ଲଟକନ୍‌: ଏହି ଟାଇପ୍‌ର ଲଟକନ୍‌କୁ ଯେ କୌଣସି ପ୍ରକାରର ଓ୍ବେଡିଂ ଆଉଟ୍‌ଫିଟ୍‌ ସାଙ୍ଗରେ ଆରାମରେ ଟ୍ରାଏ କରିହୁଏ।
* ଫ୍ଲୋରାଲ୍‌ ଡିଜାଇନ୍‌ ଲଟକନ୍‌: ବାହାଘର, ପୂଜାପର୍ବ ଅବସରରେ ଯଦି ଫ୍ଲୋରାଲ୍‌ ଡିଜାଇନ୍‌ର କୌଣସି ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧୁଥାନ୍ତି, ତା’ହେଲେ ସେଥିରେ ଏହି ଫ୍ଲୋରାଲ୍‌ ଡିଜାଇନ୍‌ର ଲଟକନ୍‌ ଲଗାଇଲେ ଟିକେ ଡିଫରେଣ୍ଟ ଲୁକ୍‌ ମିଳେ।
* ଥ୍ରେଡ୍‌ ଟାସେଲ୍‌ ଲଟକନ୍‌: ଏହା ଏକ ପ୍ରକାର ଲାଇଟ୍‌ ଓ୍ବେଟ୍‌ର ଲଟକନ୍‌। ଛୋଟ ହେଉ ଅବା ବଡ଼ ଅନେକ ପାଟର୍ନରେ ଏହା ମିଳିଥାଏ। ଏହି ଷ୍ଟାଇଲ୍‌ର ଲଟକନ୍‌କୁ ବ୍ଲାଉଜ୍‌ର ପଛପଟେ ହେଉ କିମ୍ବା ସ୍ଲିଭ୍ସରେ ବି ଲଗାଇହେବ। ସେହିପରି ସିଲ୍କ ଲେହେଙ୍ଗାରେ ବି ଏହି ଟାଇପ୍‌ର ଲଟକନ୍‌ ବେଶ୍‌ ଭଲ ମାନିଥାଏ।
* ନେଟ୍‌ ଡିଜାଇନ୍‌ ଲଟକନ୍‌: ମୁଖ୍ୟତଃ ପେଷ୍ଟାଲ୍‌ କଲର୍‌ର ଲେହେଙ୍ଗା ସହିତ ଏହି ଟାଇପ୍‌ର ଲଟକନ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ। ଆପଣ ଚାହିଁଲେ କଷ୍ଟମାଇଜ୍‌ କରି ଏହି ଲଟକନ୍‌ରେ ପର୍ଲ ହେଉ କିମ୍ବା ମୋତି ଲଗାଇବି ଭିନ୍ନ ଲୁକ୍‌ ପାଇପାରିବେ।
* ମିରର୍‌ ଓ୍ବାର୍କ ଲଟକନ୍‌: ଆଜିକାଲି ଏହି ଟାଇପ୍‌ ଲଟକନ୍‌ର ବି ବେଶ୍‌ ଡିମାଣ୍ଡ ରହୁଥିବା ଦେଖିବାକୁ ମିଳୁଛି। ତେବେ ଏହି ମିରର୍‌ ଓ୍ବାର୍କ ବାଲା ଲଟକନ୍‌କୁ ଯଦି ଲେହେଙ୍ଗାର ଅଣ୍ଟା ପାଖରେ ରଖିବାକୁ ଚାହୁଁଥାନ୍ତି, ତା’ହେଲେ ଲେୟାର୍‌ ଡିଜାଇନ୍‌ର ଡୋରି ଲଗାନ୍ତୁ। ଆଉ ଯଦି ଲେହେଙ୍ଗାର ବ୍ଲାଉଜ୍‌ରେ ଲଗାଉଥାନ୍ତି, ତା’ହେଲେ ଟିକେ କମ୍‌ ଓଜନର ମିରର୍‌ ଓ୍ବାର୍କ ବାଲା ଲଟକନ୍‌ ଲଗାଇବେ; ଯଦ୍ଦ୍ବାରା ବେଶୀ ସମୟ ପର୍ଯ୍ୟନ୍ତ ଲେହେଙ୍ଗାକୁ କ୍ୟାରି କରିପାରିବେ।

Share