ବଡ଼ଦାଣ୍ଡରେ କୁଢ଼ କୁଢ଼ ପ୍ଲାଷ୍ଟିକ ବୋତଲ, ଅଇଁଠା ଖଲି, ଚପଲ

ଭୁବନେଶ୍ୱର, ୮ା୭: ରବିବାର ସକାଳୁ ସକାଳୁ ବଡ଼ଦାଣ୍ଡରେ ଲାଘିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ। ବଡ଼ଦାଣ୍ଡରେ ପାଦ ଥାପୁ ଥାପୁ ଅନୁଭବ ହୋଇଥିଲା ପ୍ରବଳ ଗରମ ଆଉ ଗୁଳୁଗୁଳି। ଆଉ ଦିନ ବଢିବା ସହିତ ବଢି ଚାଲିଥିଲା ଭକ୍ତଙ୍କ ସଂଖ୍ୟା। ଏହାରି ମଧ୍ୟରେ ଭକ୍ତିମୟ ପରିବେଶରେ ବଡ଼ଦାଣ୍ଡରେ ଘଟିଥିଲା ଅଭାବନୀୟ ଦୃଶ୍ୟ।

ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଭକ୍ତମାନଙ୍କୁ ମୁକ୍ତ ଖାଇବା ଦେଉଥିବା ବେଳେ ବଡଦାଣ୍ଡର ଅନେକ ସ୍ଥାନରେ ଅଇଁଠା ପତ୍ର ଏବଂ ମାଳମାଳ ପ୍ଲାଷ୍ଟିକ ବୋତଲ ପଡିଥିବାର ଦେଖିବାକୁ ମିଳିଥିଲା। ସେହିଭଳି ରଥଟଣା ପୂର୍ବରୁ ଗଜପତି ମହାରାଜ ଛେରା ପହଁରା କରି ପ୍ରସ୍ଥାନ କରିବା ପରେ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା ଏବଂ କର୍ଡନ ଭାଙ୍ଗି ଶ୍ରଦ୍ଧାଳୁ ମାନେ ରଥ ପାଖକୁ ଦୌଡ଼ିଥିଲେ। ଏହି ସମୟରେ ଦଳାଚକଟା ହୋଇ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ।

ତେବେ ପ୍ରଶାସନ ପକ୍ଷରୁ ପାଣି ଅଖାଦ୍ୟ ବଣ୍ଟନ ଲାଗି ଅନୁମତି ମିଳିଥିଲେ ମଧ୍ୟ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ବଡ଼ଦାଣ୍ଡରେ କୁଢ଼ କୁଢ଼ ଚପଲ ଏବଂ ପାଣି ବୋତଲ ପଡିଥିବା ଦେଖିବାକୁ ମିଳିଥିଲା।

Share