Categories: ଫୁରସତ

ପ୍ରଥମେ ଉଠିଲା ଲଟେରି, ସେହି ଟଙ୍କାରେ କିଣିଦେଲେ ଜମି, ଚାଷ କରିବା ବେଳେ ପୁଣି ମାଟିତଳୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଆପଣ ନିଶ୍ଚୟ ଶୁଣିଥିବେ ଯେ, ଈଶ୍ୱର ଯାହାକୁ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି। ଅର୍ଥାତ୍‌ ଯେତେବେଳେ ଜଣେ ବ୍ୟକ୍ତିଙ୍କର ଭାଗ୍ୟରେ ପରିବର୍ତ୍ତନ ଆସେ ସେତେବେଳେ ସବୁକିଛି ମିଳିଯାଏ। ଆଉ ଯେତେବେଳେ ଖରାପ ସମୟ ପଡ଼େ ଛୋଟ କଥା ପାଇଁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡ଼େ। ଆଜି ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ। ଯାହା ଜାଣିଲେ ଆପଣ କହିବେ ଜୀବନରେ ଭାଗ୍ୟ ଏହିପରି  ପରିବର୍ତ୍ତନ ହେବା ଦରକାର।

ଏହି କାହାଣୀ ଦକ୍ଷିଣ କେରଳରେ ରହୁଥିବା ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କ ବିଷୟରେ। ବି ରତ୍ନାକର ପିଲ୍ଲାଇ ନାମକ ଏହି ବ୍ୟକ୍ତିଙ୍କ ପ୍ରତି ଈଶ୍ୱର କୃପାଦୃଷ୍ଟି ପକାଇଲେ। ଫଳରେ ତାଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଗଲା। ରତ୍ନାକରଙ୍କର ପ୍ରଥମେ ଏକ ଲଟେରି ଲାଗିଥିଲା। ଏଥିରେ ସେ ଏକାବେଳକେ ୬ କୋଟି ଟଙ୍କା ପାଇଥିଲେ। ଏହି ଟଙ୍କାରେ ସେ ଥିରୁଭାନନ୍ତପୁରମ୍‌ଠାରୁ କିଛି ଦୂରରେ ଥିବା କିଲିମାନୁରରେ ଜମି କିଣିଦେଇଥିଲେ। ଆଉ ସେହି ଜମିରେ ଆଳୁଚାଷ କରିବା ପାଇଁ ମାଟି ଖୋଳିବା ସମୟରେ ତାଙ୍କ ଭାଗ୍ୟ ପୁଣି ଚମକିଲା। ଏଠାରେ ବିଡ଼ାବିଡ଼ା ଟଙ୍କା ଏକ ମାଟି ହାଣ୍ଡିରେ ପୋତା ହୋଇଥିବା ଦେଖିଲେ। ସେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ।

ଏହି ହାଣ୍ଡି ୧୦୦ ବର୍ଷ ପୁରୁଣା ମୁଦ୍ରାରେ ଭରିଥିଲା।ଏଥିରେ ସମୁଦାୟ ୨୫୯୫ ପ୍ରାଚୀନ ମୁଦ୍ରା ଥିଲା, ଯାହାର ଓଜନ ୨୦କିଲୋଗ୍ରାମରୁ ଅଧିକ ଥିଲା। ଏହି ମୁଦ୍ରାଗୁଡ଼ିକ ତମ୍ବାର ଥିଲା ଏବଂ ତାମ୍ର ସାମ୍ରାଜ୍ୟର ବୋଲି କୁହାଯାଏ। ପ୍ରାଚୀନ ହୋଇଥିବାରୁ ଏହାର ଐତିହାସିକ ଗୁରୁତ୍ୱ ମଧ୍ୟ ଥିଲା। ଏଭଳି ପରିସ୍ଥିତିରେ ସେ ଏଥିରୁ ଭଲ ଲାଭ ପାଇଲେ।

Share