ବେଳେବେଳେ ସାଧାରଣ ଜିନିଷଟିଏ ବି ମଣିଷର ଭାଗ୍ୟ ବଦଳାଇ ଦିଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି କେରଳରେ ରହୁଥିବା ବେଳେ ୪୦ ଟଙ୍କାର ଗୋଟିଏ ଲଟେରି ଟିକେଟ କରିଥିଲେ। ଏହି ଲଟେରି ଟିକେଟ ଯୋଗୁ ସେ ଆଜି ୮୦ ଲକ୍ଷ ଟଙ୍କାର ପୁରସ୍କାର ଜିତିପାରିଛନ୍ତି।
ପ୍ରତିଭା ମଣ୍ଡଳ ନାମକ ଜଣେ ପ୍ରବାସୀ କେରଳର ଥିରୁଭନନ୍ତପୁରମରେ ଏକ କନ୍ଷ୍ଟ୍ରକ୍ସନରେ କାମ କରୁଥିଲେ। ପ୍ରତିଭା ସେଠାରେ ଏହି ଲଟେରି ଟିକେଟ କିଣିଥିଲେ। ଏତେ ପରିମାଣର ଟଙ୍କା ସେ କେମିତି ଆଣିବେ ଭାବି ପାରି ନ ଥିଲେ। କାରଣ ତାଙ୍କର ସେଠାରେ କୌଣସି ବ୍ୟାଙ୍କ ଆକାଉଣ୍ଟ ନ ଥିଲ। କି ସାଙ୍ଗରେ ଆଣିବା ପାଇଁ କାଳେ ଚୋରି ହୋଇଯିବ ଭାବି ଭୟ କରୁଥିଲେ। ତେଣୁ ସେ ସିଧା ପୂଜାପୂରା ପୋଲସ ଷ୍ଟେଶନ ଗଲେ ଏବଂ ପୋଲିସକୁ ନିଜର ସୁରକ୍ଷା ମାଗିଥିଲେ। ଏହା ପରେ ପୋଲିସ ପୂଜାପୂରା କାନାଡା ବ୍ୟାଙ୍କର ଜଣେ କର୍ମୀଙ୍କୁ ପୋଲିସ ଷ୍ଟେଶନ ଡାକିଥିଲା ଏବଂ ପ୍ରତିଭାଙ୍କ ଏକ ଆକାଉଣ୍ଟ ଖୋଲିବାକୁ କହିଥିଲା। ଲଟେରି ଟିକେଟକୁ ବ୍ୟାଙ୍କ ଲକରରେ ରଖିଥିଲେ।