ୟୁଏଇରେ ମୋଦିଙ୍କୁ ଜୋରଦାର ସ୍ବାଗତ: ‘ମୋଦି-ମୋଦି’, ‘ଅବ୍‌ କି ବାର୍‌ ମୋଦି ସରକାର’ ସ୍ଲୋଗାନରେ କମ୍ପିଲା

ୟୁଏଇ,୧।୧୨:ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ (ସିଓପି୨୮) ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହି ସମୟରେ ଲୋକମାନେ ମୋଦି-ମୋଦି ଏବଂ ଏଥର ‘ଅବ୍‌ କି ବାର୍‌ ମୋଦି ସରକାର’ ସ୍ଲୋଗାନ ମଧ୍ୟ ଦେଇଥିଲେ।
ଦୁବାଇରେ ଭାରତୀୟ ସମ୍ପ୍ରଦାୟକୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଉପରେ ନିଜର ମତ ପ୍ରକାଶ କରି ଲେଖିଛନ୍ତି, ଦୁବାଇରେ ଭାରତୀୟ ସମ୍ପ୍ରଦାୟର ଦ୍ୱାଗତ ଦ୍ୱାରା ମୁଁ ଅତ୍ୟନ୍ତ ପ୍ରଭାବିତ ହୋଇଛି। ସେମାନଙ୍କର ସମର୍ଥନ ଏବଂ ଉତ୍ସାହ ଆମର ଜୀବନ୍ତ ସଂସ୍କୃତି ଏବଂ ଦୃଢ ସମ୍ପର୍କର ପ୍ରମାଣ।
ଶୁକ୍ରବାର ପିଏମ ମୋଦି ସିଓପି୨୮ର ଉଚ୍ଚସ୍ତରୀୟ ବିଭାଗର ଉଦଘାଟନୀ ଅଧିବେଶନରେ ଅଂଶଗ୍ରହଣ କରିବେ ଏବଂ ବିଶ୍ୱ ଜଳବାୟୁ କାର୍ଯ୍ୟ ସମ୍ମିଳନୀରେ ଯୋଗଦେବେ।

Share