ଜିଲା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ବେଧଡକ ବାଜୁଛି ଲାଉଡସ୍ପିକର ଓ ଡିଜେ ସାଉଣ୍ଡ, ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଶ୍ରୁତିକଟୁ ଶଦ୍ଦ ସୃଷ୍ଟି କରୁଥିବା ଲାଉଡସ୍କିକର, ଡିଜେ ଉପରେ କଟକଣା କରାଯାଇଛି। ଏହା ସତ୍ୱେ କେନ୍ଦୁଝର ସହରରେ ବେଧଡକ ଡିଜେ ଓ ଲାଉଡସ୍ପିକର ବାଜୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷ କରି ମେଡିକାଲ ରୋଡରେ ଏଭଳି ଶବ୍ଦ ପ୍ରଦୂଷଣ ଲାଉଟ, ସ୍ପିକର ଓ ଡିଜେ ଉପରେ କଟକଣା କରିବାକୁ କେନ୍ଦୁଝର ଡିଷ୍ଟିକ୍‌ କଲଚୁରାଲ ଆସୋସିଏସନ ପକ୍ଷରୁ ଦାବି ହୋଇଛି। ଏହା ଦ୍ୱାରା ରୋଗୀମାନେ ବହୁ ଅସୁବିଧା ଭୋଗୁଥିବା ବେଳେ ଆମ୍ବୁଲନାସ ସେବା ବାଧାପ୍ରାପ୍ତ ହେଉଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ମୁଖ୍ୟାଳୟରେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଫିସ କରୁଥିବା ବେଳେ ଏପରି ଘଟଣା ଘଟୁଛି। ଏହା ସତ୍ୱେ ଏଭଳି ଶବ୍ଦ ପ୍ରଦୂଷଣକୁ ରୋକିବା ନେଇ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଜାଣିଶୁଣି ଡିଜେକୁ ଅନୁମତି ଦିଆଯାଉଛି ଫଳରେ ଶବ୍ଦ ପ୍ରଦୂଷଣ ବଢୁଛି। ଏହା ଯୋଗୁଁ ବରିଷ୍ଠ ନାଗରିକ, ରୋଗୀମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏଣୁ ଏନେଇ ଆସୋସିଏସନର ସମ୍ପାଦକ ନିର୍ମଳ ନାଏକ, ଗୁରୁଦାସ, ସତ୍ୟବ୍ରତ ଦାସ, ରାଜେଶ କୁମାର ପାତ୍ର , ସଂଗ୍ରାମ କେଶରୀ ମିଶ୍ର, ଦେବଦର୍ଶନ ଦାଶ ସମେତ କଳାକାର ମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଦାବି ଜଣାଇଛନ୍ତି।