Categories: ଜାତୀୟ

ଗୁଜରାଟରେ ସପ୍ତାହେ ମଧ୍ୟରେ ଘଟିଛି ଦୁଇଟି ହିଂସାକାଣ୍ଡ

ଅହମଦାବାଦ,୭।୫: ଲାଉଡ୍‌ସ୍ପିକର ବ୍ୟବହାରକୁ ନେଇ ଗୁଜରାଟରେ ସପ୍ତାହେ ମଧ୍ୟରେ ଦୁଇଟି ହିଂସାକାଣ୍ଡ ଘଟିଛି। ଏଥିରେ ଜଣଙ୍କର ପ୍ରାଣହାନୀ ଘଟିଛି। ଅହମଦାବାଦର ବାଭଲା ତାଲୁକ ଅନ୍ତର୍ଗତ ମିଠାପୁର ଗ୍ରାମରେ ଗତ ୨ତାରିଖରେ କିଛି ଲୋକ ମାରଣାସ୍ତ୍ରରେ ପରିବାରର ୯ଜଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ପରିବାରର ଦୁଇ ମହିଳା ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ୪ତାରିଖରେ ଲାଉଡ୍‌ସ୍ପିକର ବଜାଇବାକୁ ନେଇ ମହେସଣା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ହିଂସାକାଣ୍ଡ ଘଟିଛି। କିଛି ଲୋକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share