Categories: ଫୁରସତ

କୁକୁର-ବତକର ଅନାବିଳ ସ୍ନେହ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓକୁ ଲୋକେ ବହୁମାତ୍ରାରେ ପସନ୍ଦ କରିଥାନ୍ତି। ବିଶେଷକରି ଗୃହପାଳିତ ପଶୁମାନଙ୍କର ସୁନ୍ଦର ଭିଡିଓକୁ ସମସ୍ତେ ପସନ୍ଦ କରନ୍ତି। ଯଦି ଦୁଇଟି ପ୍ରାଣୀ ମଧ୍ୟରେ ବନ୍ଧୁତ୍ୱର ଏକ ସୁନ୍ଦର ଭିଡିଓ ଅଛି, ତେବେ ଏହାକୁ ଦେଖି ମଣିଷ ଓଠରେ ହସ ଖେଳିଯାଏ।

ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁକୁର ଛୁଆ ବତକକୁ ପାଟିରେ ପୂରାଇ ନେଉଥିବା ଦେଖିବାକୁ ପାଇବେ। ଏହାକୁ ସେ ସାଙ୍ଗରେ ନେଇ ଏକ ଉଚ୍ଚ ପଥର ଉପରକୁ ଯାଉଛି। ପରେ ଉଭୟ ପରସ୍ପର ସହିତ ବସିଥିବାର ଦେଖିବାକୁ ମିଳିଛି। ସେମାନେ ପରସ୍ପର ସହିତ ଖେଳୁଛନ୍ତି। ପରେ ମଣିଷ ପରି, କୁକୁର ଛୁଆ ବତକ କାନ୍ଧରେ ହାତ ରଖି ବତକ ପ୍ରତି ନିଜର ବନ୍ଧୁତା ଏବଂ ପ୍ରେମ ବ୍ୟକ୍ତ କରୁଛି।

ଭିଡିଓଟି nature__life__beauty ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫.୨ ମିଲିୟନରୁ ଅଧିକ ଅର୍ଥାତ୍‌ ୫୨ ଲକ୍ଷ ଥର ଦେଖାଯାଇଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଲୋକମାନେ ଭିଡିଓକୁ ଆଶ୍ଚର୍ଯ୍ୟଜନକ ଏବଂ ସୁନ୍ଦର ବୋଲି କହିଛନ୍ତି।

Share