ପଦ୍ମପୁର, ୪।୪: ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭଦ୍ରକ ବ୍ଲକ ସାବରଙ୍ଗ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବନ୍ତ ଥାନା ଅଧୀନ ବଗଡ଼ା, କାଶିପୁର ଗ୍ରାମର ରମେଶ ଚନ୍ଦ୍ର ନାୟକ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି। ଏ ନେଇ ସାବରଙ୍ଗ ଥାନାରେ ଏକ ମାମଲା (ନଂ. ୮୦/୨୧) ରୁଜୁ ହୋଇଛି। ସୂଚନା ଅନୁଯାୟୀ, ରମେଶ ସାବରଙ୍ଗ ଥାନା ଅଞ୍ଚଳର ଅଜଣା ଯୁବତୀଙ୍କୁ ଫୋନ କରି ପ୍ରେମ ନିବେଦନ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ରମେଶଙ୍କ ନମ୍ବରକୁ ବ୍ଳକ କରି ଦେଇଥିଲେ। ଏହାପରେ ବିଭିନ୍ନ ନମ୍ବରରୁ ଫୋନ କରି ଯୁବତୀଙ୍କୁ ଧମକ ଦେବା ସହ ବ୍ଲାକମେଲିଂ କରୁଥିଲେ ରମେଶ। ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ସାବରଙ୍ଗ ଥାନା ଅଧିକାରୀ ମମତା ସାହୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।