Categories: ଫୁରସତ

ବର ୭୦କୁ କନ୍ୟା ୬୦, ଡାକ୍ତରଖାନାରେ ସାକ୍ଷାତ ଘରେ ହେଲା ବିବାହ

ପ୍ରେମ କେତେବେଳେ କେଉଁଠି କାହା ସହ ହେବ କହି ହୁଏ ନାହିଁ। ପ୍ରେମରେ ବୟସ ମଧ୍ୟ ଖୋଜାପଡ଼େନି। ପରିଣତ ବୟସରେ ବି ପ୍ରେମ ହେଉଥିବା ଅନେକ ନଜିର ରହିଛି। ଏମିତି ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଭୁରାଖେଡ଼ି ଗ୍ରାମରେ। ଜଣେ ବୃଦ୍ଧ ମେଡିକାଲରେ ଥିବା ସମୟରେ ଜଣେ ବୃଦ୍ଧାଙ୍କୁ ପ୍ରେମ କରିବସିଲେ। ଖାଲି ଏତିକି ନୁହେଁ, ପରିବାର ସଦସ୍ୟ ମଧ୍ୟ ଏହି ଯୋଡ଼ିକୁ ବିବାହ ବନ୍ଧନରେ ବାନ୍ଧି ଦେଇଛନ୍ତି। ବୃଦ୍ଧଙ୍କ ବୟସ ୭୦ ହୋଇଥିବା ବେଳେ ବୃଦ୍ଧାଙ୍କ ବୟସ ୬୦।
ସୂଚନାଯୋଗ୍ୟ, ଓମକାର ସିଂହ ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ୬୦ ବର୍ଷୀୟା ଗୁଡିବାଇଙ୍କ ସହ ତାଙ୍କର ପ୍ରେମ ହୋଇଥିଲା। ତିନିଦିନର ଦେଖାସାକ୍ଷାତ ପରେ ସବୁଦିନ ଏକାଠି ରହିବା ପାଇଁ ପ୍ରତିଜ୍ଞା କରିଥିଲେ। ଏହା ପରେ ଓମ୍‌କାରଙ୍କ ୪ ପୁଅ ଗୁଡିବାଇଙ୍କୁ ଅଟୋରେ ଘରକୁ ଆଣିଥିଲେ। ପିଲାମାନଙ୍କ ସମ୍ମୁଖରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ସରପଞ୍ଚ, ଏବଂ ସଚିବ ବାଜା ବଜାଇଥିଲେ। ଗୁଡିବାଇଙ୍କର ମଧ୍ୟ ଦୁଇଟି ପୁଅ, ଗୋଟିଏ ଝିଅ ଅଛନ୍ତି। ତେବେ ୩ ବର୍ଷ ପୂର୍ବରୁ ଓମକାରଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।

Share