ପ୍ରେମରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌- ରେହମାନ ଶଲ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଏବେ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେଉଛି।

ରେହମାନ ସୁସ୍ମିତାଙ୍କ ଘର ଛାଡ଼ି ନିଜର ଜିନିଷପତ୍ର ନେଇ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବନ୍ଧୁଙ୍କ ଘରେ ରହୁଛନ୍ତି। କିଛି ଦିନ ପୂର୍ବରୁ ସବୁକିଛି ଠିକ୍‌ ଥିଲା। ଏପରିକି ରେହମାନ ସୁସ୍ମିତାଙ୍କ ୪୬ ତମ ଜନ୍ମଦିନରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏହି ବ୍ରେକଅପ୍‌ ଖବରରେ ରେହମାନ କିମ୍ବା ସୁସ୍ମିତା କାହାଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୁସ୍ମିତା ଅଢ଼େଇ ବର୍ଷ ଧରି ରେହମାନଙ୍କୁ ଡେଟ୍‌ କରୁଛନ୍ତି। ରେହମାନଙ୍କ ସୁସ୍ମିତାଙ୍କାରୁ ରେହମାନ ୧୫ ବର୍ଷ ସାନ। ସୁସ୍ମିତାଙ୍କୁ ୪୬ ବର୍ଷ ହୋଇଥିବା ବେଳେ ରେହମାନଙ୍କୁ ୩୫ ବର୍ଷ। ଦୁହେଁ ଲିଭ୍‌-ଇନ ରିଲେସନଶିପରେ ରହୁଥିଲେ। ନିଜକୁ ଉଭୟଙ୍କ ପିତା ବୋଲି କହୁଥିବା ସୁସ୍ମିତାଙ୍କ ଦୁଇ ଝିଅ ରେନି ଏବଂ ଆଲିଶାଙ୍କ ସହ ରୋହମାନଙ୍କର ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି।

ସୁସ୍ମିତାଙ୍କୁ ଭେଟିବା ପରେ ଜୀବନରେ ସବୁକିଛି ବଦଳିଗଲା। ରେହମାନ ଏକ ସାକ୍ଷାତକାରରେ କହିଥିଲେ- ‘ସୁସ୍ମିତାଙ୍କୁ ଭେଟିବା ପରେ ମୋ ଜୀବନରେ ସବୁକିଛି ବଦଳି ଯାଇଛି।

Share