Categories: ଜାତୀୟ

ଆସାମରେ ଭାରି ପଡିବ ଲଭ-ଜିହାଦ, ଲ୍ୟାଣ୍ଡ ଜିହାଦ!

ଗୁଆହାଟୀ,୪।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (ଅଗଷ୍ଟ ୪)ରେ ଦୁଇଟି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ‘ଲଭ ଜିହାଦ’ ମାମଲାରେ ସରକାର ଖୁବ ଶୀଘ୍ର ଆଜୀବନ କାରାଦଣ୍ଡ ପାଇଁ ଏକ ଆଇନ ଆଣିବେ। ରବିବାର ଗୁଆହାଟୀରେ ଆସାମ ଭାଜପା କାର୍ଯ୍ୟନିର୍ବାହୀ ବୈଠକରେ ଭାଜପା ନେତାଙ୍କ ସହ କଥାବାର୍ତ୍ତା ବେଳେ ଶର୍ମା ଏହି କଥା କହିଛନ୍ତି। ସେ କହିଛନ୍ତି ଯେ ଖୁବ ଶୀଘ୍ର ବିଧାନସଭାରେ ଏକ ବିଲ ଆଣି ଏହା ଏକ ଆଇନ ହେବ।

ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ନିର୍ବାଚନ ସମୟରେ ‘ଲଭ ଜିହାଦ’ ବିଷୟରେ ଆଲୋଚନା କରିଥିଲୁ। ଏଭଳି ପରିସ୍ଥିତିରେ ଆମେ ଶୀଘ୍ର ଏକ ଆଇନ ଆଣିବୁ ଯେଉଁଥିରେ ଏଭଳି ମାମଲାରେ ଆଜୀବନ କାରାଦଣ୍ଡ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶର୍ମା ଆହୁରି କହିଛନ୍ତି ଯେ ଆସାମ ସରକାର ମଧ୍ୟ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଜମି ବିକ୍ରିକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଏଭଳି କାରବାର ବନ୍ଦ କରିପାରିବେ ନାହିଁ, କିନ୍ତୁ ଆଗକୁ ବଢିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହମତି ନେବା ଆବଶ୍ୟକ।

 

Share