Categories: ଜାତୀୟ

ଲଭ୍‌ ଜିହାଦ: କେନ୍ଦ୍ର ସରକାରଙ୍କ ପାଖରେ ନାହିଁ କୌଣସି ସୂଚନା

ନୂଆଦିଲ୍ଲୀ,୩୧।୧୨: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶରେ ଲଭ୍‌ ଜିହାଦ ଆଇନ ପ୍ରଣୟନ ହୋଇସାରିଛି। ମଧ୍ୟପ୍ରଦେଶ କ୍ୟାବିନେଟ୍‌ରେ ଏହାକୁ ମଞ୍ଜୁରୀ ମିଳିଛି। ଏବେ ଏହା ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ପାଖରେ ପଡ଼ିରହିଛି। ଉତ୍ତରପ୍ରଦେଶରେ ଆଇନ ପ୍ରଣୟନ ପରେ ୩୫ ଜଣଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ପାଖରେ ଏହାର କୌଣସି ସୂଚନା ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୂଚନା ଅଧିକାର ଆଇନ ଅନ୍ତର୍ଗତ ଲୋଡ଼ା ଯାଇଥିବା ତଥ୍ୟର ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୁହାଯାଇଛି। ଗୋରଖପୁରର ସୂଚନା ଅଧିକାର ଆଇନକର୍ମୀ କାଳୀ ଶଙ୍କରଙ୍କ ପକ୍ଷରୁ ଏସମ୍ପର୍କିତ ଏକ ଆବେଦନ କରାଯାଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ୧୦ ବର୍ଷ ମଧ୍ୟରେ ଲଭ୍‌ ଜିହାଦ ସମ୍ପର୍କିତ କୋଣସି ସୂଚନା ହସ୍ତଗତ ହୋଇନାହିଁ। ଲଭ୍‌ ଜିହାଦ ଆଇନ ଅନୁସାରେ ପରିଭାଷିତ ଅଛି କି ନାହିଁ ତାହାର ସୂଚନା ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ନାହିଁ ବୋଲି କାଳୀ ଶଙ୍କର କହିଛନ୍ତି।

Share