Categories: ଜାତୀୟ

ଲଭ୍‌ ଜେହାଦ: ଯୋଗୀ ସରକାର ଜାରି କଲେ କଡ଼ା ଅଧ୍ୟାଦେଶ

ଲକ୍ଷ୍ନୌ,୨୫।୧୧: ଲଭ୍‌ ଜେହାଦ୍‌ ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ଆଧ୍ୟାଦେଶ ଜାରି କରିଛନ୍ତି। ଏହାକୁ ଅନୁମୋଦନ ଲାଗି ଆଇନ ମନ୍ତ୍ରଣାଳୟ ପାଖକୁ ପଠାଇ ଦିଆଯାଇଛି। ଧୋକା ଦେଇ ଧର୍ମପରିବର୍ତ୍ତନ କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷର ଜେଲ ଦଣ୍ଡାଦେଶ କରାଯିବ ବୋଲି ଏହି ଅଧ୍ୟାଦେଶରେ ଉଲ୍ଲେଖ ରହିଛି। ସାଧାରଣ କ୍ଷେତ୍ରରେ ଧୋକା ଦେଇ ଧର୍ମ ପରିବର୍ତ୍ତନ କଲେ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହିତ ୧୫ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଏସ୍‌-ଏସଟି ନାବାଳିକା କିମ୍ବା ମହିଳାଙ୍କ କ୍ଷେତ୍ରରେ ଏପରି ହେଲେ ୨୫ ହଜାର ଟଙ୍କାର ଜରିମାନା ସହିତ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯିବ। ସେହିପରି ଧର୍ମ ପରିବର୍ତ୍ତନ ପାଇଁ ୨ ମାସ ପୂର୍ବରୁ ଜିଲା ଅଧିକାରୀଙ୍କୁ ସୂଚନା ଦେବାକୁ ପଡ଼ିବ। ଏହାର ଉଲ୍ଲଂଘନ କଲେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ଏଥିରେ ଦର୍ଶାଯାଇଛି।

Share