ସ୍ତ୍ରୀ କୋକିଲାବେନ୍‌ଙ୍କୁ ପସନ୍ଦ ଥିଲା ସ୍ବାମୀ ଧୀରୁଭାଇ ଅମ୍ବାନୀଙ୍କ ପ୍ରେମ ପ୍ରକାଶ କରିବାର ଶୈଳୀ: ଏପରି ଥିଲା ଲଭ୍‌ଷ୍ଟୋରୀ

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଅନ୍ତର୍ଭୁକ୍ତ ଅମ୍ବାନୀ ପରିବାର ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରିବାରର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ବିଶ୍ୱରେ ଅମ୍ବାନୀ ପରିବାରରକ୍ଷ୍ୟାତି ଅର୍ଜନ କରିଥିବା ଧୀରୁଭାଇଙ୍କ ପ୍ରେମ ଜୀବନ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ଧୀରୁଭାଇ ଏବଂ କୋକିଲାବେନ୍‌ଙ୍କ ମଧ୍ୟରେ ଥିଲା ଅଗାଢ଼ ପ୍ରେମ। ଧୀରୁଭାଇ ସ୍ତ୍ରୀ କୋକିଲାବେନ୍‌ଙ୍କୁ ବହୁତ ଭଲ ପାଉଥିଲେ। ସେ ସ୍ତ୍ରୀ କୋଲିଲାଙ୍କୁ ବହୁତ ସମ୍ମାନ କରୁଥିଲେ। ଧୀରୁଭାଇ ତାଙ୍କର ସମସ୍ତ ନୂତନ କାମରେ କୋକିଲାଙ୍କୁ ଶାମିଲ କରୁଥିଲେ। ତାଙ୍କର ସମସ୍ତ କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ତ୍ରୀଙ୍କୁ ସାଥୀରେ ନେଇଯାଉଥିଲେ। କୋକିଲାଙ୍କ ବିନା ପରାମର୍ଶରେ ସେ କିଛି କି କାମ କରୁ ନ ଥିଲେ। ଏଥିପାଇଁ ଧୀରୁଭାଇ ତାଙ୍କୁ ଇଂଲିଶ ମଧ୍ୟ ଶିଖାଇଥିଲେ।
ଏକ ସାକ୍ଷାତକାରେ କୋକିଲାବେନ କହିଥିଲେ, ଧୀରୁଭାଇ ତାଙ୍କ ପ୍ରେମକୁ ଯେଉଁଭଳି ଭାବରେ ପ୍ରକାଶ କରୁଥିଲେ ତାହା ତାଙ୍କୁ ବହୁତ ପସନ୍ଦ ଥିଲା। କୋକିଲାବେନ କହିଥିଲେ, ଏକଦା ସେ ଚେରଓ୍ବାଡ ସହରକୁ ଯାଇଥିଲେ। ସେଠାରେ ପହଞ୍ଚିବା ପୂର୍ବରୁ ଧୀରୁଭାଇଙ୍କ ଫୋନ୍‌ ଆସିଥିଲା। ତୁମେ କେଉଁଠି, ମୁଁ ତୁମପାଇଁ ଗୋଟିଏ ଗାଡି କିଣିଛି। ମୁଁ ତୁମକୁ ନେବା ପାଇଁ ଯାଉଛି। କାରର ରଙ୍ଗ କ’ଣ କୁହ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର କିଛି ସମୟ ପରେ କହିଥିଲେ, ଏହା ମୋ ପରି କଳା ରଙ୍ଗର। ତାଙ୍କର ପ୍ରେମ ଦେଖାଇବାର ଏପରି ଶୈଳୀକୁ କୋକିଲା ବହୁତ ପସନ୍ଦ କରୁଥିଲେ।

Share