Categories: ଜାତୀୟ

ପ୍ରେମ ବିବାହ କରିବାରୁ ଯୁବତୀଙ୍କୁ ମିଳିଲା ଏମିତି ଦଣ୍ଡ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର, ୭।୮: ରାଜସ୍ଥାନର ବାଂଶଓ୍ବାଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ବିବାହ କରିବା ମହଙ୍ଗା ପଡିଛି। ପ୍ରେମ ବିବାହକୁ ବିରୋଧ କରି ଖାପ୍‌ ପଞ୍ଚାୟତ ଯୁବତୀଙ୍କୁ ସାର୍ବଜନୀନ ସ୍ଥାନରେ ଘରୁ ଟାଣି ଆଣି ପିଟିବା ସହ କପଡା ମଧ୍ୟ ଫାଡି ଦିଆଯାଇଥିଲା। ଏହାସହ ଯୁବତୀ ନାଁରେ ୧୫ ଲକ୍ଷ ଟଙ୍କା ଜରିମାନା ଲଗାଯାାଇଥିଲା। ପ୍ରବଳ ପିଟିବା ପରେ ତାଙ୍କୁ ଏକ ଶୂନ୍‌ଶାନ୍‌ ସ୍ଥାନରେ ଫୋପାଡି ଦେଇ ପଳାଇ ଆସିଥିଲେ। ଗାଁ ଲୋକେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାର ସୂଚନା ମିଳିବା ପରେ ଜିଲା ବିଧିକ ସେବା ସଚିବ ଏସ୍‌ପିଙ୍କୁ ସୂଚନା ଦେଇଥିଲେ। ଏହି ଘଟଣାରେ ପୋଲିସ ୭ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Share