ମୃତଦେହ ଭିତରୁ ମିଳିଲା ପ୍ରେମ କବିତା ନୋଟ୍‌ ବୁକ୍‌…

ବାହାନଗା,୫।୬ : ବାହାନଗା ରେଲଳ ଦୁର୍ଘଟଣାରେ ଯାତ୍ରୀମାନଙ୍କ ଜୋତା ଚପଲ, ଖାଇବା ସାମଗ୍ରୀ, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଟ୍ରାକ ଏବଂ ଏହାର ଚାରିପାଖରେ ପଡ଼ି ରହିଛି। ଏହି ସମୟରେ, ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି। ଏଥିରେ କିଛି ଚିତ୍ର ସହିତ ରହିଛି ପ୍ରେମ କବିତା।

ଏହାର ଗୋଟିଏ ପାର୍ଶ୍ୱରେ ଏକ ସୁନ୍ଦର ଚିତ୍ର କରାଯାଇଥିଲା ଏବଂ ଅନ୍ୟ ପଟେ ବଙ୍ଗାଳୀରେ ପ୍ରେମ କବିତା ଲେଖାଯାଇଛି। ଏହି ଦୁର୍ଘଟଣା ଯୋଗୁ ନୋଟବୁକର ପୃଷ୍ଠାଗୁଡ଼ିକ ଚିରି ଯାଇଛି। ତେବେଏଥିରେ ଲେଖାଯାଇଥିବା କବିତାଗୁଡ଼ିକ ସ୍ପଷ୍ଟ ଭାବରେ ପଢ଼ି ହେଉଛି।

ନୋଟବୁକରେ ଲେଖାଯାଇଛି,

ଅଲପୋ-ଅଲପୋ ମେଘ ଥେକେ ହାଲକା ବୃଷ୍ଟି ହୋଏ
ଛୋଟୋ ଛୋଟୋ ଗୋଲ୍ପୋ ଥେକେ ଭାଲୋବାସା ସୃଷ୍ଟି ହୋଏ॥

ଏହାର ଅର୍ଥ- ’ହାଲୁକା ମେଘ ହାଲୁକା ବର୍ଷା ଦିଏ, ଛୋଟ କାହାଣୀ ପ୍ରେମ ସୃଷ୍ଟି କରେ’

 

ଅନ୍ୟ ଏକ ଅସମ୍ପୂର୍ଣ୍ଣ କବିତା ମଧ୍ୟ ଏହି ନୋଟବୁକରେ ରହିଛି, ଯେଉଁଥିରେ ଲେଖାଯାଇଛି,

ଭାଲୋବେସେଇ ଚାଇ ସାରାଖୋନ

ଆଚିସ ତୁଇ ମୋନେର ସାଥେ ।

ଯାହାର ଅର୍ଥ- ’କେବଳ ତୁମେ ପ୍ରେମରେ ଆବଶ୍ୟକ, କେବଳ ତୁମେ ମୋ ମନରେ ଅଛ।’

ଏହି ନୋଟବୁକ ରେ କୌଣସି ଲେଖକଙ୍କ ନାମ ଲେଖାଯାଇ ନାହିଁ। ଏହା ଭାଇରାଲ ହେବା ମାତ୍ରେ ଲୋକମାନେ ସମବେଦନା ଜଣାଇଛନ୍ତି। ତେବେ ଏପର୍ଯ୍ୟନ୍ତ ନୋଟବୁକ ସଂଗ୍ରହ କରିବାକୁ କେହି ଆସିନାହାଁନ୍ତି। ଏହା ଲେଖିଥିବା ବ୍ୟକ୍ତି ଦୁର୍ଘଟଣାରୁ ବଞ୍ଚିଛନ୍ତି ନା ନାହିଁ ତାହା ମଧ୍ୟ ଜଣା ପଡିନାହିଁ। ପୋଲିସ କହିଛି ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଆଗକୁ ଆସିନାହାଁନ୍ତି।

 

Share