ଯୁବତୀଙ୍କୁ ଧୋକା ଦେଲେ ପ୍ରେମିକ: ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ,ଭିଡିଓ ଭାଇରାଲ୍‌

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଫେସବୁକ୍‌ରେରେ ଚିହ୍ନାଜଣା। ପରେ ପ୍ରେମ ସମ୍ପର୍କ। ଏହାପରେ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବା ବେଳେ ଏହାର ଭିଡିଓ ଓ ଫଟୋ ଶୁଟ୍‌ କରି ବ୍ଲାକମେଲ୍‌ କରିଥିଲେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫଶାଇ ଧୋକାବାଜ ପ୍ରେମିକ ଏଭଳି ପ୍ରତାରଣା କରିଛନ୍ତି। ନିର୍ଯାତନା ଅସହସ୍ୟ ହେବାରୁ ପୀଡ଼ିତା ଜଣଙ୍କ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ଗୁରୁବାର ଚର୍ଚ୍ଚାକୁ ଆସିଛି। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କିଛିମାସ ପୂର୍ବରୁ ଭୁବନେଶ୍ୱର ୟୁନିଟ-୯ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କ ଫେସବୁକ୍‌ରେ ଚିହ୍ନାଜଣା ହୋଇଥିଲା। ମେସେଞ୍ଜରରେ ଚାଟ୍‌ ପରେ ନମ୍ବର ଦିଆନିଆ ହୋଇଥିଲା। ଏହାପରେ ଯୁବକ ଜଣଙ୍କ ପ୍ରେମ ନିବେଦନ କରିବାରୁ ଏହି ସମ୍ପର୍କ ଆଗକୁ ବଢ଼ିଥିଲା। ତେବେ ଯୁବକ ଜଣଙ୍କ ଘରକୁ ପ୍ରେମିକାଙ୍କୁ ଡାକି ପରିବାର ଲୋକଙ୍କୁ ଭେଟ କରେଇବାକୁ କହି ଫସାଇଥିଲେ। ଦିନେ ପୀଡ଼ିତା ଘରକୁ ଆସିଥିବା ବେଳେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇଥିଲେ। ଏହାପରେ ବଳପୂର୍ବକ ଶାରିରୀକ ସମ୍ପର୍କ ରଖି ଏହାର ଫଟୋ ଓ ଭିଡିଓ ଶୁଟ୍‌ କରିଦେଇଥିଲେ।

ଏହା ଜାଣିବା ପରେ ପୀଡ଼ିତା ତାଙ୍କଠୁ ଦୂରେଇବା ଆରମ୍ଭ କରିଥିଲେ। ଏହାପରେ ଯୁବକ ଜଣଙ୍କ ତାଙ୍କୁ ଭିଡିଓ, ଫଟୋ ପଠାଇ ଧମକ ଦେଇଥିଲେ। ତାଙ୍କ କଥାରେ ଯେଉଁଆଡକୁ ଡାକିବେ ସେ ତୁରନ୍ତ ଆସିବେ ବୋଲି ଧମକ ଦେଇଥିଲେ। ନ ହେଲେ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିଦେବେ ବୋଲି କହିଥିଲେ। ଏହପରେ ଯୁବତୀ ତାଙ୍କ କଥାରେ ରାଜି ନ ହେବାରୁ ଅଭିଯୁକ୍ତ ଯୁବକ ତାଙ୍କ ଭିଡିଓ ଓ ଫଟୋକୁ ଭାଇରାଲ କରିଦେଇଥିଲେ। ଯୁବତୀଙ୍କ ସାଙ୍ଗ ଓ ପରିବାର ଲୋକଙ୍କୁ ପଠାଇ ଦେଇଥିଲେ। ଏପରିକି ବିଭିନ୍ନ ସମୟର ତାଙ୍କୁ ଡାକି ମାଡ ମାରିବା ସହ ଏସିଡ୍‌ ପକାଇବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଝଟ୍‌କା ପରେ ଝଟ୍‌କ: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଲେ ଆଶାକର୍ମୀ ଶିବାନୀ, ଟେଲିଫୋନ୍‌ କରି ଦେଲେ ଏଭଳି ପ୍ରତିଶ୍ରୁତି

ଭୁବନେଶ୍ୱର/ରାଜନଗର,୨୫।୧୦: ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ।...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୩ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା...

ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri