Posted inଜାତୀୟ

ହତ୍ୟାରେ ଶେଷ ହେଲା ପ୍ରେମ କାହାଣୀ, ଝିଅକୁ ପୋଲିସ, ପଞ୍ଚାୟତ ଆଗରେ ଗୁଳିକଲେ ବାପା

ଗ୍ବାଲିଅର,୧୫।୧: ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏକ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ବିବାହର ୩ ଦିନ ପୂର୍ବରୁ ଜଣେ ବାପା ତାଙ୍କ ଝିଅଙ୍କୁ ପୋଲିସ ସମ୍ମୁଖରେ ଗୁଳିକରି ହତ୍ୟା କରିଛନ୍ତି।

୨୦ ବର୍ଷୀୟା ତନୁ ନାମ୍ନୀ ଜଣେ ଯୁବତୀଙ୍କ ବିବାହ ଆସନ୍ତା ୧୮ରେ ସ୍ଥିର ହୋଇଥିଲା। କିନ୍ତୁ ତନୁ ଏହି ବିବାହକୁ ବିରୋଧ କରୁଥିଲେ। ଆଉ ଜଣଙ୍କୁ ଭଲ ପାଉଥିବାରୁ ତନୁ ଏହି ବିବାହ କରିବାକୁ ଚାହୁଁ ନ ଥିଲେ। ବୁଧବାର ବିବାହ କରିବେ ନାହିଁ ବୋଲି ତନୁ ପରିବାର ଲୋକଙ୍କୁ ଧମକ ଦେଇଥିଲେ।

ଏନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲେ। ଭିଡିଓ ସମ୍ପର୍କରେ ଖବର ପାଇ ଗ୍ବାଲିଅର ପୋଲିସ ତନୁଙ୍କ ଘରେ ପହଞ୍ଚିଥିଲା। ଏହି ସମୟରେ ସେଠାରେ ତନୁଙ୍କ ବାପା ମହେଶ ଗୁର୍ଜର(୪୫)ଙ୍କ ଉପସ୍ଥିତିରେ ବିବାହକୁ ନେଇ ଏକ ପଞ୍ଚାୟତ ବୈଠକ ଚାଲିଥିଲା।

ତେବେ ତନୁଙ୍କୁ ଏକୁଟିଆରେ କିଛି ବୁଝାଇବାକୁ ମହେଶ ପୋଲିସକୁ ଅନୁରୋଧ କରିଥିଲେ। ପୋଲିସର ଅନୁମତି ମିଳିବା ମହେଶ ତନୁଙ୍କୁ ଘରର ଏକ ରୁମ୍‌ ମଧ୍ୟକୁ ନେଇ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତ ମହେଶଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Padma Awards 2025: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା; ଜାଣନ୍ତୁ କାହାକୁ ମିଳିଲା…

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସର ପୂର୍ବ ସାରେ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ୩୦ ଜଣିଆ ଏହି ତାଲିକାରେ ଅନେକେ ଅଜ୍ଞାତ...

‘ଯଦି ଦମ ଅଛି ଦାଉଦ ଇବ୍ରାହିମଙ୍କୁ…’ ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ କ’ଣ କହିଲେ ସଞ୍ଜୟ ରାଉତ?

ମୁମ୍ବାଇ,୨୫।୧: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ଦୋଷୀ ତହୱୁର ରାଣାକୁ ଖୁବଶୀଘ୍ର ଭାରତ ଅଣାଯିବ। ଆମେରିକାର ସୁପ୍ରିମକୋର୍ଟ ରାଣାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି। ତାଙ୍କୁ ୨୦୦୯ମସିହାରେ...

ପାକିସ୍ତାନ ଜେଲରେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ, କାଟି ସାରିଥିଲେ ସଜା

କରାଚି/ନୂଆଦିଲ୍ଲୀ,୨୫।୧: ପାକିସ୍ତାନର କରାଚୀ ଜେଲରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଏହି ମତ୍ସ୍ୟଜୀବୀଙ୍କ ନାମ ବାବୁ ବୋଲି କୁହାଯାଉଛି, ଯାହାକୁ ୨୦୨୨ମସିହାରେ ପାକିସ୍ତାନୀ ଅଧିକାରୀମାନେ...

ଗଣତନ୍ତ୍ର ଦିବସରେ ୯୪୨ ଯବାନଙ୍କୁ ମିଳିବ ବୀରତା ପୁରସ୍କାର

ନୂଆଦିଲ୍ଲୀ,୨୫।୧: ୨୦୨୫ ଗଣତନ୍ତ୍ର ଦିବସ ଅବସରରେ, ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ଏବଂ ସଂଶୋଧନ ସେବାର ୯୪୨ ଜଣ କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର...

ଗ୍ଲାମର ଜୀବନରୁ ସନ୍ନ୍ୟାସିନୀ: ମମତା କୁଲ୍‌କର୍ନି କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର

ପ୍ରୟାଗରାଜ:ବଲିଉଡ୍‌ ଅଭିନେତ୍ରୀ ମମତା କୁଲ୍‌କର୍ନି ଚଳଚ୍ଚିତ୍ର ଜଗତର ଗ୍ଲାମରସ୍‌ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ୫୨ ବର୍ଷୀୟା ପୂର୍ବତନ ଆକ୍ଟ୍ରେସ୍‌ଙ୍କୁ ଶୁକ୍ରବାର ଏକ...

ଟ୍ରମ୍ପ ଆସିଲା ପରେ ଭାରତକୁ ବଡ଼ ସଫଳତା: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କ ହେବେ ପ୍ରତ୍ୟର୍ପଣ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୫।୧: ଆମେରିକାର ସୁପ୍ରିମକୋର୍ଟ ଶନିବାର ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ଦୀର୍ଘ ଦିନ...

ଶିଶୁ ସ୍ବାସ୍ଥ୍ୟ, ଶିକ୍ଷାକୁ ପ୍ରଭାବିତ କରୁଛି ପ୍ରଦୂଷଣ, ଗ୍ରୀଷ୍ମଲହର

ନୂଆଦିଲ୍ଲୀ,୨୫।୧: ଗ୍ରୀଷ୍ମ ଲହର ଏବଂ ବାୟୁ ପ୍ରଦୂଷଣ ଭଳି ପରିବେଶ ସମସ୍ୟା ଯୋଗୁ ଭାରତରେ ଶିଶୁମାନେ ଉଲ୍ଲେଖନୀୟ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏହା ପିଲାମାନଙ୍କ ସ୍ବାସ୍ଥ୍ୟ...

କାର୍ଯ୍ୟସ୍ଥଳରେ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଯୌନ ନିର୍ଯାତନା: ହାଇକୋର୍ଟ

ଚେନ୍ନାଇ,୨୫।୧: କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image