Posted inଖେଳ

ଲଭ ଷ୍ଟୋରୀ: କୋଚ୍‌ଙ୍କ ଝିଅକୁ ବିବାହ କରିଥିଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୭: ସୁରେଶ ରାଇନା। ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସାଙ୍ଗକୁ ଚମତ୍କାର ଫିଲ୍ଡିଂ ଲାଗି ବିଶ୍ୱ କ୍ରିକେଟ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କରୋନା ମହାମାରୀ ସତ୍ତ୍ୱେ ଉତ୍ତର ପ୍ରଦେଶର ଏହି ୩୩ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ଜାତୀୟ ଦଳକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବା ଲାଗି ଜୋର୍‌ଦାର ଅଭ୍ୟାସ ଜାରି ରଖିଛନ୍ତି। ସାଥୀ ଖେଳାଳି ରିଷଭ ପନ୍ତଙ୍କ ସହ ଏକାଠି ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ଅନେକ ହୁଏତ ‘ମିଷ୍ଟର ଆଇପିଏଲ୍‌’ ଭାବେ ପରିଚିତ ରାଇନାଙ୍କ ଲଭ୍‌ ଷ୍ଟୋରୀ ବିଷୟରେ ଜାଣି ନ ଥିବେ। ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ବଲ୍‌କୁ ବାଉଣ୍ଡାରୀ ବାହାରକୁ ପଠାଉଥିବା ରାଇନାଙ୍କୁ ଇଞ୍ଜିନିୟର ଚାକିରି କରିଥିବା ଜଣେ ଯୁବତୀ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ। ଏହି ଯୁବତୀଙ୍କ ନାମ ପ୍ରିୟଙ୍କା ଚୌଧୁରୀ। ୩ ଅପ୍ରେଲ ୨୦୧୫ରେ ରାଇନା ଓ ପ୍ରିୟଙ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଲଭ୍‌ ଷ୍ଟୋରୀ ବହୁତ ପୁରୁଣା। ରାଇନାଙ୍କ ପିତା ତ୍ରିଲୋକଚନ୍ଦ ଭାରତୀୟ ସେନାର ଜଣେ କର୍ମଚାରୀ। ସେହିଭଳି ପ୍ରିୟଙ୍କାଙ୍କ ବାପା ସତ୍‌ପାଲ ଶର୍ମା ମୁରାଦ ନଗରରେ ଏକ କଲେଜରେ ଶିକ୍ଷା ଦାନ କରୁଥିବା ସହ ପିଲାଙ୍କୁ ଖେଳ ମଧ୍ୟ ଶିଖାଉଥିଲେ। ରାଇନା ତାଙ୍କ ପିଲାଦିନେ ସତ୍‌ପାଲଙ୍କଠାରୁ ଟ୍ରେନିଂ ନେଇଥିଲେ। ସେହି ସମୟରେ ହିଁ ଉଭୟ ରାଇନା ଓ ପ୍ରିୟଙ୍କାଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା। ଯାହାକି ପରେ ଭଲପାଇବାରେ ପରିବର୍ତ୍ତନ ହୋଇଯାଇଥିଲା ଏବଂ ୨୦୧୫ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପୂର୍ବରୁ ପ୍ରିୟଙ୍କା ନେଦରଲାଣ୍ଡସରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ କାମ କରୁଥିଲେ। ଇଞ୍ଜିନିୟରିଂ କରିବା ପରେ ସେ ଆଇଟି ପ୍ରଫେଶନାଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ମାସିକ ପାରିଶ୍ରମିକ ଲକ୍ଷାଧିକ ଟଙ୍କା ଥିଲା ବୋଲି କୁହାଯାଉଛି। କିନ୍ତୁ ରାଇନାଙ୍କ ସହ ଭାରତରେ ରହିବା ପାଇଁ ପ୍ରିୟଙ୍କା ଶେଷରେ ଚାକିରି ଛାଡ଼ି ସ୍ବଦେଶ ପଳାଇ ଆସିଥିଲେ। ରାଇନା ଓ ପ୍ରିୟଙ୍କାଙ୍କର ଗ୍ରାସିଆ ନାମରେ ଏକ କନ୍ୟା ସନ୍ତାନ ରହିଛି। ଗ୍ରାସିଆଙ୍କ ନାମରେ ପ୍ରିୟଙ୍କା ଏକ ଚ୍ୟାରିଟି ଫାଉଣ୍ଡେସନ ଖୋଲି ଗରିବ ଓ ଅସହାୟ ମହିଳାଙ୍କୁ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୯।୯: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭା ପରିସରରେ ଭାଜପା ଜାତୀୟ ସାଧାରଣ ସମ୍ପାଦକ ତରୁଣ ଛୁଘଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ...

ଭାରତକୁ ଧମକାଇଲେ…ଟାରିଫ୍‌କୁ ନେଇ ଆମେରିକାକୁ ବଡ଼ ଚେତାବନୀ ଦେଲା ରୁଷିଆ

ନୂଆଦିଲ୍ଲୀ,୧୯।୯: ଭାରତ ଏବଂ ଚାଇନା ଉପରେ ଆମେରିକାର ଟାରିଫ୍‌ ସମ୍ପର୍କରେ ରୁଷିଆ ଏକ ବଡ଼ ବିବୃତ୍ତି ଜାରି କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ...

ଓଡ଼ିଶାରେ ୫ ବର୍ଷରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୯: ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁକ୍ରବାର ବିଧାନସଭାରେ...

ରବିନ ଉଥାପାଙ୍କ ଖୁଲାସା: ଏହି ଷ୍ଟାରଙ୍କ ସହିତ ସମ୍ପର୍କ ବଗାଡ଼ି ଦେଇଥିଲେ ସାଙ୍ଗମାନେ

ବେଙ୍ଗାଲୁରୁ,୧୯।୯: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପା କର୍ଣ୍ଣାଟକ ଦଳର ଜଣେ ସାଙ୍ଗ ତାଙ୍କ ଓ କରୁଣ ନାୟାରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିବା ଖୁଲାସା...

କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼

ବ୍ରହ୍ମପୁର,୧୯ା୯: ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ବିଇଏମ୍‌ସିର ୯ ନଂ ଓ୍ବାର୍ଡର କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର...

ପୁଣି ଲଜ୍ଜା: ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଲେ ୨ ଯୁବକ

ବଣାଇ,୧୯।୯(ପ୍ରଦୀପ ତ୍ରିପାଠୀ): ଆପରାଧିକ ମାମଲା ଥମିବାର ନାଁ ଧରୁନି। ପୁଣି ଲଜ୍ଜା, ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଘଟଣାରୁ...

ଶୋଇଥିଲେ ସ୍ତ୍ରୀ, ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ସ୍ବାମୀ: ତା’ପରେ ଥାନାକୁ ଯାଇ..

ଜଳେଶ୍ୱର,୧୯।୯(ନବୀନ ସାହୁ): ରାଇବଣିଆରେ ବିଭତ୍ସ ହତ୍ୟା। ରାତିରେ ଶୋଇଥିବାବେଳେ ସ୍ତ୍ରୀଙ୍କ ବେକକୁ ହାଣି ଶରୀରରୁ ଅଲଗା କରିଦେଲେ ସ୍ବାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ...

ରେଞ୍ଜରଙ୍କ ପୈତୃକ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ

ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ):ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image