Categories: ଫୁରସତ

୫୦ ବର୍ଷ ପରେ ସଫଳ ହେଲା ପ୍ରେମ

ନ୍ୟୁୟର୍କ: ଦୁଇ ପ୍ରେମ ପକ୍ଷୀଙ୍କ ପାଇଁ ପରିବାରର ବାରଣ ବହୁତ ଦୁଃଖ ଦେଇଥାଏ। ଏଥିରେ ବେଳେବେଳେ ପ୍ରେମୀଯୁଗଳ ଅଲଗା ହୁଅନ୍ତି। ଅନ୍ୟପକ୍ଷରେ ସେମାନେ ପରିବାର ବିରୋଧରେ ଯାଇ ଏକାଠି ହୋଇଥାନ୍ତି। ଏଠାରେ ଏମିତି ଏକ ପ୍ରେମ କାହାଣୀ ଜଣାପଡିଛି, ଯେଉଁଥିରେ ପରିବାରର ବାରଣ ପାଇଁ ଦୁହେଁ ଅଲଗା ହୋଇ ଭିନ୍ନ ଜଣଙ୍କୁ ବିବାହ କରିଛନ୍ତି। ହେଲେ ସେମାନେ ଏବେ ସ୍ବାମୀ-ସ୍ତ୍ରୀ। ରିପୋର୍ଟ ମୁତାବକ, ୭୯ ବର୍ଷୀୟ ଲେନ୍‌ ଆଲବ୍ରାଇଟନ୍‌ ଏବଂ ୭୮ ବର୍ଷୀୟା ଜେନେଟ୍‌ ଷ୍ଟିୟର୍‌ ପ୍ରଥମ ଥର ପାଇଁ ୧୯୬୩ରେ ଦେଖା ହୋଇଥିଲେ। ସେ ସମୟରେ ଦୁହେଁ ଇଂଲଣ୍ଡର ଏକ ହସ୍ପିଟାଲରେ ନର୍ସିଂ ଟ୍ରେନିଂ ନେଉଥିଲେ। ପ୍ରଥମ ନଜରରେ ହିଁ ଦୁହଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା। ଏହାର କିଛି ମାସ ମଧ୍ୟରେ ଲେନ୍‌ ଜେନେଟ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଜେନେଟ୍‌ ଏଥିରେ ରାଜି ହୋଇଥିଲେ ମଧ୍ୟ ତାଙ୍କ ଘର ଲୋକ ଏଥିରେ ରାଜି ନ ଥିଲେ। ଲେନ୍‌ ବିବାହ ପ୍ରସ୍ତୁତି ପାଇଁ ଅଷ୍ଟ୍ରେଲିଆ ଯାଇ ସେଠାରେ ଜାଗା କିଣି ଘର କରିଥିଲେ। ହେଲେ ଜେନେଟ୍‌ଙ୍କ ଘର ଲୋକଙ୍କ ପାଇଁ ସେ ଲେନ୍‌ଙ୍କ ସହ ବିବାହ ଭାଙ୍ଗିଦେଇଥିଲେ। ପରେ ଲେନ୍‌ ଅଷ୍ଟ୍ରେଲିଆରେ ଅନ୍ୟ ଏକ ଝିଅଙ୍କୁ ବିବାହ କରିଥିଲେ। ଜେନେଟ୍‌ ମଧ୍ୟ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ୫୨ ବର୍ଷ ବୟସରେ ଲେନ୍‌ ତାଙ୍କ ପ୍ରେମ ପାଇଁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଇଂଲଣ୍ଡ ଚାଲିଆସିଥିଲେ। ଜେନେଟ୍‌ଙ୍କ ଠିକଣା ବୁଝି ଲେନ୍‌ ତାଙ୍କୁ ଦେଖାକରିବାକୁ ଘରେ ପହଞ୍ଚିଥିଲେ। ହେଲେ ଜେନେଟ୍‌ ତାଙ୍କୁ ଜାଣି ନ ପାରି ସେଠାରେ ଫେରାଇ ଦେଇଥିଲେ। ଏହାର ୨ ବର୍ଷ ପରେ ଜେନେଟ୍‌ଙ୍କ ସ୍ବାମୀଙ୍କ କ୍ୟାନ୍ସରରେ ମୃତ୍ୟୁ ହେଲା। ତା’ ପର ଖ୍ରୀଷ୍ଟମାସରେ ଲେନ୍‌ ଜେନେଟଙ୍କ ପାଖକୁ ଖ୍ରୀଷ୍ଟମାସ୍‌ କାର୍ଡ ପଠାଇଥିଲେ। ଏହାପରେ ଯାଇ ଦୁହଁିଙ୍କ ସମ୍ପର୍କ ପୁଣି ଯୋଡି ହୋଇପାରିଲା। ଦୁହେଁ ଏବେ ବିବାହ କରି ଖୁସିରେ ଥିବା କହିଛନ୍ତି।

Share