ନିଜକୁ ଭଲପାଆନ୍ତୁ

ଖାଇବା ବନ୍ଦ କରି ମୃତ୍ୟୁ ଆପଣାଇଲେ ୧୮ ବର୍ଷୀୟା ବାଳିକା। ଶୁଣିବାକୁ ଯେତିକି ଅବିଶ୍ୱସନୀୟ ଲାଗୁଛି ବାସ୍ତବତା ଆହୁରି ଭୟଙ୍କର। ଏକଦା ମଧୁର ଜୀବନ ବିତାଉଥିବା କେରଳର ଶ୍ରୀନନ୍ଦ ଧୀରେ ଧୀରେ ଆତ୍ମହତ୍ୟା କରିବା ଆରମ୍ଭ କଲେ- କାରଣ ସେ ପତଳା (ସ୍ଲିମ) ଦେଖାଯିବାକୁ ଚାହୁଁଥିଲେ। ଆନୋରେକ୍ସିଆ ନର୍ଭୋସା ନାମକ ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ଅତ୍ୟଧିକ ପତଳା ହେବାକୁ ଚେଷ୍ଟା କରି ଭୋକ ଉପାସରେ ରହିଥାନ୍ତି। ଶ୍ରୀନନ୍ଦ ନିଜକୁ ମୋଟା ମନେକରୁଥିବା ବେଳେ ଓଜନ ମାତ୍ର ୨୪ କେଜି ଥିଲା।
ଏହା କେବଳ ଏକ ଦୁର୍ଭାଗ୍ୟଜନକ ଘଟଣା ନା ଏକ ବୃହତ ସାମାଜିକ ସମସ୍ୟାର ଭୟାନକ ଚିତ୍ର? ଆଜିର ଯୁଗରେ ସୋସିଆଲ ମିଡିଆ ଓ ୟୁଟ୍ୟୁବ ଯୁବପିଢ଼ିଙ୍କ ମନରେ ‘ପର୍ଫେକ୍ଟ ବଡି’ ନଁାରେ ଏଭଳି ଭୟ ଭରି ଦେଇଛି, ଯାହା ଧୀରେ ଧୀରେ ସେମାନଙ୍କୁ ମୃତ୍ୟୁ ଆଡ଼କୁ ଟାଣୁଛି। ସବୁଠି ସମାନ ବାର୍ତ୍ତା: ‘ପତଳା ହୁଅ, ସୁନ୍ଦର ଦିଶ, ନଚେତ୍‌ ତୁମେ ଗ୍ରହଣ ଯୋଗ୍ୟ ନୁହଁ!’ ଶ୍ରୀନନ୍ଦଙ୍କ ମୃତ୍ୟୁ କୌଣସି ଅଲଗା ଘଟଣା ନୁହେଁ। ହଜାର ହଜାର ନାବାଳକ ଓ ଯୁବକ ଏହି ମାନସିକତାର ଶିକାର ହୋଇଛନ୍ତି। ଗବେଷଣାରୁ ଜଣାପଡିଛି ଯେ ଆନୋରେକ୍ସିଆ ନର୍ଭୋସା ରୋଗରେ ପୀଡ଼ିତ ଲୋକଙ୍କ ମଧ୍ୟରୁ ୫ରୁ ୧୦ ପ୍ରତିଶତ ମୃତ୍ୟୁବରଣ କରିଥାନ୍ତି। ଏହା ଏକ ଫ୍ୟାଶନ ଟ୍ରେଣ୍ଡ ନୁହେଁ ବରଂ ଏକ ଗମ୍ଭୀର ମାନସିକ ରୋଗ। କିନ୍ତୁ ଏହା ବିଷୟରେ ସଚେତନତା ଏତେ କମ୍‌ ଯେ ପରିସ୍ଥିତି ଖରାପ ନ ହେବା ପର୍ଯ୍ୟନ୍ତ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଏ ନାହିଁ। କ’ଣ ଆମେ ଆମର ଭବିଷ୍ୟତ ପିଢ଼ିକୁ ଏଭଳି ଭାବେ ହରାଇବୁ? କେଉଁଠି ମେଦବହୁଳତା ବୃଦ୍ଧି ତ ଆଉ କେଉଁଠି ପତଳା ହେବାକୁ ପାଗଳ। ଏହି ସମସ୍ୟା କେଉଁଠୁ ଆସିଛି? ସୋସିଆଲ ମିଡିଆ, ସିନେମା, ଫ୍ୟାଶନ ଇଣ୍ଡଷ୍ଟ୍ରି ସମସ୍ତେ ଏକାଠି ହୋଇ ଏକ ଆଦର୍ଶ ଶରୀରକୁ ସଂଜ୍ଞା ଦେଉଛନ୍ତି, ଯେଉଁଥିରେ ‘ସ୍ଲିମ୍‌ନେସ’ ହିଁ ସୌନ୍ଦର୍ଯ୍ୟ ଓ ସଫଳତାର ପରିଚୟ। ଝିଅମାନେ ନିଜକୁ ବଲିଉଡ ଅଭିନେତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ସହ ତୁଳନା କରିବା ଆରମ୍ଭ କରିଦିଅନ୍ତି, ଯେଉଁମାନେ ସର୍ବଦା ପତଳା, ଟୋଣ୍ଡ ଶରୀରରେ ଦେଖାଯାଆନ୍ତି। ଏହି ଫଟୋ ପଛରେ କେବଳ କଠିନ ପରିଶ୍ରମ ନୁହେଁ ବରଂ ଏଡିଟିଂ, ଫିଲ୍ଟର ଏବଂ ବେଳେବେଳେ ବିପଜ୍ଜନକ ଡାଏଟିଂ ମଧ୍ୟ ରହିଛି ବୋଲି କୁହାଯାଇ ନ ଥାଏ। ଯେତେବେଳେ ଜଣେ କିଶୋର ଦର୍ପଣରେ ନିଜ ଛବି ଦେଖନ୍ତି, ନିଜକୁ ‘ଆଦର୍ଶ’ ଛବି ସହ ତୁଳନା କରନ୍ତି, ସେତେବେଳେ ସେ ନିମ୍ନମାନର ଅନୁଭବ କରିବା ଆରମ୍ଭ କରିଦିଅନ୍ତି। ତା’ପରେ ଆରମ୍ଭ ହୁଏ ଭୋଜନ ଛାଡିବା, ଅତ୍ୟଧିକ ବ୍ୟାୟାମ କରିବା ଏବଂ ନିଜକୁ ଆଘାତ ଦେବାର ବିପଜ୍ଜନକ ଚକ୍ର। ଏଥିପାଇଁ ସୋସିଆଲ ମିଡିଆ ଏକମାତ୍ର ଦୋଷୀ ବୋଲି କହିପାରିବା କି? ସମାଜରେ ପିଲାବେଳୁ ପିଲାମାନଙ୍କ ଶରୀରକୁ ନେଇ କଟାକ୍ଷ ଶୁଣିବାକୁ ପଡ଼େ- ‘ଏତେ ମୋଟା ହୁଅନାହିଁ’, ‘ପତଳା ରହିଲେ ଭଲ ଦେଖାଯିବୁ’। ବିଶେଷ କରି ଝିଅମାନଙ୍କ ଉପରେ ଏହି ଚାପ ଅଧିକ ରହିଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ, ଆନୋରେକ୍ସିଆ କେବଳ ଏକ ଶାରୀରିକ ସମସ୍ୟା ନୁହେଁ ବରଂ ଏହା ଏକ ମାନସିକ ରୋଗ ମଧ୍ୟ। ଏହାର ଶିକାର ହେଉଛନ୍ତି ଅତ୍ୟଧିକ ପରଫେକ୍ସନିଷ୍ଟ, ଯେଉଁମାନେ (ସମାଜ ସେମାନଙ୍କଠାରୁ ଅନେକ କିଛି ଆଶା କରେ) ଚାପରେ ଅଛନ୍ତି। ଏମାନେ ଭୋକ ଉପାସରେ ରହିଥାନ୍ତି, ଶରୀରରେ ଶକ୍ତିର ଅଭାବ ଥାଏ, ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଧୀରେ ଧୀରେ ମୃତ୍ୟୁର ନିକଟତର ହୋଇଯାଆନ୍ତି। ଏହି ସମସ୍ୟାର ମୂଳକୁ ଯିବା ଜରୁରୀ। ପ୍ରଥମେ ଆମକୁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ସମସ୍ତେ ଅବାସ୍ତବ ସୌନ୍ଦର୍ଯ୍ୟ ଅନୁସରଣ କରିବା ପରିବର୍ତ୍ତେ ନିଜ ଶରୀରକୁ ଗ୍ରହଣ କରନ୍ତୁ। ନିଜକୁ ଭଲ ପାଆନ୍ତୁ ଏବଂ ନିଜ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ।
ମାତାପିତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପଡ଼ିଲେ ମାନସିକ ସହାୟତା ନେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଶ୍ରୀନନ୍ଦ ଚାଲିଗଲେ, କିନ୍ତୁ ଗୋଟିଏ ପ୍ରଶ୍ନ ଛାଡିଗଲେ: ଆମେ କେବେ ଜାଗ୍ରତ ହେବୁ ? କ’ଣ ଆମେ ଏହି ‘ପତଳାପଣ ପ୍ରତି ଆବେଗ’କୁ ଅଧିକ ଜୀବନ ନେବାକୁ ଅନୁମତି ଦେବୁ? ଜଣେ ଚିନ୍ତକ ଲେଖିଛନ୍ତି, ମନୁଷ୍ୟର ସବୁଠାରୁ ବଡ଼ ଉପଚାର ହେଉଛି ଶାନ୍ତି, ସୁଖ ଓ ପୋଷଣ। ଆମ ସମାଜ ଏବଂ ନିଜକୁ ବୁଝାଇବାର ସମୟ ଆସିଛି ଯେ ପ୍ରକୃତ ସୌନ୍ଦର୍ଯ୍ୟ ଏକ ସୁସ୍ଥ ଶରୀର ଏବଂ ସୁଖୀ ମନରେ ଅଛି।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ମୋ: ୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପ୍ରତିଷ୍ଠା ଦିବସ: ୫ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସ୍‌ପି

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ପୋଲିସ ପଡ଼ିଆଠାରେ ମଙ୍ଗଳବାର ଗଞ୍ଜାମ ଜିଲାସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

କଟକରେ ବଡଧରଣର ଅଗ୍ନିକାଣ୍ଡ: ସୁଟ୍‌କେସ୍‌ ସୋ’ରୁମ ସହ କପଡ଼ା ଗୋଦାମରେ ଲାଗିଲା ନିଆଁ

କଟକ, ୧ା୪: କଟକ ସହରର ଦୋଳମୁଣ୍ଡାଇ ଅଞ୍ଚଳରେ ଏକ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ସକାଳେ ସ୍ଥାନୀୟ ଲୋକମାନେ ପ୍ରଥମେ ଏକ...

ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍‌ରେ ମିଳିଲା ଉଇକେଟ୍‌

ମୁମ୍ବାଇ,୧।୪: ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଅଶ୍ୱିନୀ କୁମାର କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଅନେକ...

ହନୁମାନ ଚାଳିଶା ପାଠକରି ୧୪୦ କିଲୋମିଟର ଲମ୍ବା ପଦଯାତ୍ରାରେ ବାହାରିଲେ ଅନନ୍ତ ଅମ୍ବାନୀ

ମୁମ୍ବାଇ,୧।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବର୍ତ୍ତମାନ ଦ୍ୱାରକାଧୀଶ ତୀର୍ଥଯାତ୍ରାରେ ଅଛନ୍ତି। ଅନନ୍ତ ଅମ୍ବାନୀ ୧୪୦ କିଲୋମିଟର ଲମ୍ବା...

ପୁଣି ପ୍ରେମରେ ପଡ଼ିଛନ୍ତି ମଲାଇକା: ଏହି କ୍ରିକେଟର୍‌ଙ୍କୁ ସହ ଫଟୋ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ,୧।୪: ପୁଣି ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ହଟ୍‌ ଷ୍ଟର୍‌ ମଲାଇକା ଆରୋରା। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକ୍‌ଅପ୍‌ ପରେ ମଲାଇକା ଜଣେ କ୍ରିକେଟର୍‌ଙ୍କ ପ୍ରେମରେ...

ନାଳରେ ପଡିଛି ଦନ୍ତାହାତୀର ମୃତଦେହ

ପାଲଲହଡ଼ା,୪।୧: ଅନୁଗୋଳ ଜିଲା ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ...

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା

ଭୁବନେଶ୍ୱର, ୧ା୪: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏକ ଐତିହାସିକ ଘଟଣା ଯାହା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସମ୍ପନ୍ନ ହୋଇଥିଲା। ଏହା ଭାରତର...

ଭଞ୍ଜନଗରରେ ଉତ୍କଳ ଦିବସ ପାଳନ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର,୧।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଉତ୍କଳ ଦିବସ ପାଳନ ହୋଇଯାଇଛି। ସକାଳେ ସହରର ବିଭିନ୍ନ ସ୍ଥାନରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image