ସ୍ପେନ୍‌ରେ ଛୁଟି କାଟୁଛନ୍ତି ଲଭବାର୍ଡ ଆଦିତ୍ୟ-ଅନନ୍ୟା

ଆଜିକାଲି ବଲିଉଡରେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି। ଡେଟିଂ ଗୁଜବ ମଧ୍ୟରେ ଦୁହେଁ ନିକଟରେ ସ୍ପେନ୍‌ରେ ଏକ ମ୍ୟୁଜିକ୍‌ କନସର୍ଟରେ ଯୋଗ ଦେଇଥିଲେ। ଉଭୟ ନିଜ ନିଜ ଇନ୍‌ଷ୍ଟା ଷ୍ଟାଟସରେ ମ୍ୟୁଜିକ୍‌ କନସର୍ଟର ଫଟୋ ଶେୟାର କରିଛନ୍ତି। ଗତ ବର୍ଷ କ୍ରିତି ସାନନଙ୍କ ଦିୱାଲୀ ପାର୍ଟିରେ ଯୋଗଦେବା ପରଠାରୁ ଆଦିତ୍ୟ-ଅନନ୍ୟାପ୍ରେମରେ ପଡିଥିବା କୁହାଯାଉଛି। ଆଦିତ୍ୟ ନିଜେ କରଣ ଜୋହରଙ୍କ ଚାଟ ଶୋ’ରେ ମଧ୍ୟ କିଛିଟି ହିଣ୍ଟ୍‌ସ ଦେଇଥିଲେ। ଏକ ସାକ୍ଷାତକାର ସମୟରେ ରଣବୀର କପୁର କହିଥିଲେ ଆଦିତ୍ୟ ରୟ କପୁର ଜଣେ ଝିଅକୁ ଡେଟ କରୁଛନ୍ତି ଯାହାର ନାମ ‘ଏ’ ରୁ ଆରମ୍ଭ ହେଉଛି। ଆଦିତ୍ୟ-ଅନନ୍ୟା ମଧ୍ୟ ଅନେକ ପାର୍ଟିରେ ଏକତ୍ର ନଜର ଆସିଛନ୍ତି।
ୱାର୍କ ଫ୍ରଣ୍ଟରେ ଆଦିତ୍ୟ ରୟ କପୁର ବର୍ତ୍ତମାନ ଅନୁରାଗ ବସୁଙ୍କ ଆଗାମୀ ଚଳଚ୍ଚିତ୍ର ‘ମେଟ୍ରୋ ଇନ ଦିନୋ’ରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରଟି ‘ଲାଇଫ ଇନ ଏ … ମେଟ୍ରୋ’ର ଏକ ସିକ୍ୱେଲ। ଏହି ସମୟରେ ଅନନ୍ୟାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମ ଗର୍ଲ ୨’ରେ ଦେଖିବାକୁ ମିଳିବ।

Share