ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବିଗ୍ବସ୍ ଫେମ୍ ଗାୟକ ରାହୁଲ ବୈଦ୍ୟ। ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କ ହାତ ଧରିବେ ସେ। ଏବେ ଉଭୟଙ୍କ ବିବାହ ତାରିଖ ଫାଇନାଲ ହୋଇଛି। ଉଭୟ ନିଜର ସୋସିଆଲ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଖୁସିଖବରକୁ ବାଣ୍ଟିଛନ୍ତି।
ଦୀର୍ଘ ଦିନରୁ ରାହୁଲ ଦିଶାଙ୍କୁ ଡେଟ୍ କରୁଥିଲେ। ବିଶେଷକରି ବିଗ୍ବସ୍ ଘରେ ଥିବା ବେଳେ ରାହୁଲ ଦିଶାଙ୍କୁ ପ୍ରପୋଜ୍ କରି ଚର୍ଚ୍ଚାକୁ ଆସିଥିଲେ। ଏଥିରେ ହଁ ଭରିଥିଲେ ଦିଶା। ଧିରେ ଧିରେ ଉଭୟଙ୍କ ପ୍ରେମଗାଡ଼ି ଚାଲିଥିଲା। ଗତ କିଛି ଦିନ ଧରି ଉଭୟଙ୍କ ବିବାହ ନେଇ ଖବର ଶୁଣିବାକୁ ମିଳୁଥିବା ବେଳେ ଶେଷରେ ତାହା ହେବାକୁ ଯାଉଛି। ଆସନ୍ତା ଜୁଲାଇ ୧୬ରେ ବିବାହ ନେଇ ତାରିଖ ଧାର୍ଯ୍ୟ ହୋଇଛି। ଏନେଇ ଜଣାପଡ଼ିବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।