ଭଲ ପାଇବା କେବେ କାହା ସହ ହେବ କେହି ଜାଣି ନ ଥାଆନ୍ତି। ଯେମିତିକି ଇଂଲଣ୍ଡର ଜଣେ ମହିଳା ମଣିଷଙ୍କୁ ଛାଡି ଭଲ ପାଇଛନ୍ତି ଏକ ଗଛକୁ। ଆଉ ତାକୁ ବିବାହ ବି କରିଛନ୍ତି। ଉକ୍ତ ମହିଳାଙ୍କୁ ସେହି ଗଛ ଭିତରେ ହିଁ ଜୀବନସାଥୀ ନଜର ଆସିଥିଲା। ତେଣୁ ସେ ତିନିବର୍ଷ ପୂର୍ବେ ଗଛକୁ ବିବାହ କରିଥିଲେ। ଆଉ ଆଜି ପର୍ଯ୍ୟନ୍ତ ଖୁସି ଖୁସି ବୈବାହିକ ଜୀବନ ଅତିବାହିତ କରୁଛନ୍ତି। ଏହି ମହିଳାଙ୍କ ନାମ ହେଉଛି କେଟ୍ କନିଂଘମ୍। କେଟ୍ କହନ୍ତି, ‘ପାର୍କକୁ ଯିବା ଆସିବା ଭିତରେ ମତେ ଏକ ଗଛ ବହୁତ ଭଲ ଲାଗିଥିଲା। ଆଉ ଧୀରେ ଧୀରେ ଏହା ଭଲ ପାଇବାର ରୂପ ନେଲା। ଶେଷରେ ସେହି ଗଛକୁ ବିବାହ କରି ସ୍ବାମୀଭାବେ ଗ୍ରହଣ କଲି।’ ଏବେ ସେମାନଙ୍କ ବୈବାହିକ ଜୀବନ ବେଶ୍ ପରଫେକ୍ଟ ଚାଲିଛି। କେଟ୍ ନିଜର ସର୍ନେମ୍ ବି ବଦଳାଇ ଦେଇଛନ୍ତି। ଆଉ ମିସେସ୍ ଏଲ୍ଡର ରଖିଛନ୍ତି। ସେ ନିଜର ଭିଜିଟିଂ କାର୍ଡରେ ବି ମିଷ୍ଟର ଆଣ୍ଡ ମିସେସ୍୍ ଏଲ୍ଡର ରଖିଛନ୍ତି। ସେ ୨୦୧୯ରେ ବେଶ୍ ଧୁମ୍ଧାମ୍ର ସହ ରିମର୍ସ ଭ୍ୟାଲୀ କାଉଣ୍ଟି ପାର୍କରେ ଥିବା ନିଜ ପ୍ରେମିକ ଗଛ ସହିତ ବିବାହ କରିଥିଲେ। ସପ୍ତାହକୁ ୫ ଥର ସେ ନିଜ ସ୍ବାମୀଙ୍କୁ ଦେଖିବାକୁ ଆସନ୍ତି। ଖ୍ରୀଷ୍ଟମାସ୍ ଅବସରରେ କେଟ୍ ନିଜ ସ୍ବାମୀଙ୍କୁ ବହୁତ ସୁନ୍ଦର ସୁନ୍ଦର ଡେକୋରେଟିଭ୍ ସାମଗ୍ରୀରେ ସଜାଇଥାନ୍ତି।