Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ପଦକ: ଲଭ୍‌ପ୍ରୀତ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ,୩।୮: ଇଂଲଣ୍ଡରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ପୁରୁଷ ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂ ପୁରୁଷ ୧୦୯ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲରେ ଏକ ସମୟରେ ଲଭପ୍ରୀତ ମଧ୍ୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିଲେ, କିନ୍ତୁ ଶେଷରେ ସେ ବିଫଳ ହୋଇଥିଲେ। ଭାରତ ଏପର୍ଯ୍ୟନ୍ତ ଭାରୋତ୍ତୋଳନରେ ୮ଟି ପଦକ ଜିତିଛି। ଏଥିରେ ତିନୋଟି ସ୍ବର୍ଣ୍ଣ ପଦକ ଅଛି।

Share