Categories: ଜାତୀୟ

ପ୍ରେମିକାଙ୍କ ଘରେ ରାତିରେ ଛେଚା ଖାଇଲେ ପ୍ରେମିକ, ସକାଳେ ହେଲେ ଜ୍ୱାଇଁ

ଲକ୍ଷ୍ନୌ,୨୨।୧୧: ଉତ୍ତରପ୍ରଦେଶର ରାମପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିବା ପ୍ରେମିକ ଧରାପଡି ପ୍ରବଳ ଛେଚା ଖାଇବା ପରେ ସକାଳ ହେବା କ୍ଷଣି ଘରର ଜ୍ୱାଇଁ ହୋଇଛନ୍ତି। ସୂଚନାଯୋଗ୍ୟ, ରାମପୁରର ଅମିମନଗର ଥାନା ଅନ୍ତର୍ଗତ ନଗରସୁମାଲ ଗ୍ରାମରେ ଏହି ଘଟଣା ଘଟିଛି। ଗାଁର ଯୁବକ ପ୍ରେମ ସିଂ ଲକ୍ଷ୍ମୀ ନାମକୁ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପ୍ରାୟତଃ ଉଭୟ ପରସ୍ପର ଭେଟ ହୋଇଥାନ୍ତି। ଯୁବକ ଗତ ଶନିବାର ରାତି ୧୨ବେଳେ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରକୁ ଆସିଥିବାବେଳେ ଧରାପଡିଯାଇଥିଲେ। ପ୍ରେମିକାଙ୍କ ଘର ଲୋକେ ତାଙ୍କୁ ଧରି ଏକ ଘର ଭିତରେ ପୂରାଇ ପ୍ରବଳ ପିଟିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚି ପ୍ରେମଙ୍କୁ ଛେଚି ଥିଲେ। ରାତାରାତି ମାମଲା ଥାନାରେ ପହଞ୍ଚି ଥିଲା। ପୋଲିସ ଉଭୟ ପକ୍ଷଙ୍କୁ ଡକାଇ ଆପୋଶ ବୁଝାମଣା କରିଥିଲା। ପରେ ଉଭୟ ପରିବାର ପ୍ରେମ ଏବଂ ଲକ୍ଷ୍ମୀଙ୍କ ବିବାହ ପାଇଁ ରାଜି ହୋଇଥିଲେ। ଉଭୟଙ୍କ ବିବାହ ଏକ ମନ୍ଦିରରେ ସମ୍ପନ୍ନ ହୋଇଥିଲା।

Share