ପ୍ରତାରଣାର ଶିକାର ହୋଇ ଧାରଣା ଦେଲେ ପ୍ରେମିକା

ଭଦ୍ରକ ଅଫିସ, ୫।୯: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମେରାଇନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମରେ ଫସାଇ ବିବାହ  ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ଧାମରା ମେରାଇନ ଥାନାରେ ଗତ ଜୁନ୍‌ ୨ତାରିଖରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଥିଲା। ହେଲେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ତେବେ ଯୁବକଙ୍କ ଗିରଫ ପ୍ରତିବାଦରେ ଯୁବତୀ ଓ ତାଙ୍କ ପରିବାର ସୋମବାର ଏସ୍‌ପିଙ୍କ ଅଫିସ ଆଗରେ ଧାରଣାରେ ଦେଇଛନ୍ତି। ଅତିରିକ୍ତ ଏସ୍‌ପି ଯତୀନ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଓ ତାଙ୍କ ପରିବାରଙ୍କ ସହିତ ଆଲୋଚନା କରିଥିଲେ। ଏଥିସହ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ଯୁବତୀ ଓ ପରିବାର ଲୋକ ଧାରଣାରୁ ପ୍ରତ୍ୟାହୃତ କରିଥିଲେ।