Categories: ଜାତୀୟ

କଥା ହେଲାନି ପ୍ରେମିକା, ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ

ପାଟନା, ୧୭ା୭: ପ୍ରେମିକା କଥା ହେଲାନି ବୋଲି ପ୍ରେମିକ ନୃଶଂସ କାଣ୍ଡ ଘଟାଇଛି । ପ୍ରେମିକା ସହ ତାଙ୍କ ବାପା ଏବଂ ଭଉଣୀକୁ ନିର୍ଦ୍ଦୟର ସହ ହତ୍ୟା କରିଛି ଏହି ପ୍ରେମିକ । ଏପରି ଏକ ଘଟଣା ବିହାର ଛପରା ଜିଲା ଅନ୍ତର୍ଗତ ରସୁଲପୁରର ଘାନାଡିହ ଅ଼ଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପ୍ରେମିକ ଜଣଙ୍କ ଏପରି କାଣ୍ଡ ଘଟାଇଛି । ଘରର ଛାତରେ ପ୍ରେମିକାଙ୍କ ସହିତ ତାଙ୍କ ମାଆ, ବାପା ଏବଂ ଭଉଣୀ ଶୋଇଥିଲେ । ଏହି ସମୟରେ ପ୍ରେମିକ ଜଣକ ଛାତ ଉପରକୁ ଚଢ଼ି ପ୍ରେମିକା, ତାଙ୍କ ବାପା ଓ ଭଉଣୀକୁ ହତ୍ୟା କରିଥିଲେ । ପ୍ରେମାକାଙ୍କ ମାଆ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତେବେ ଏନେଇ ବର୍ତ୍ତି ଯାଇଥିବା ମହିଳା କହିଛନ୍ତି ଯେ, ଗ୍ରାମର ରୋସନ ନାମକ ଜଣେ ଯୁବକ ତାଙ୍କ ଝିଅକୁ ଏକ ତରଫା ଭଲ ପାଉଥିଲା । ସେ ବାରମ଼୍ବାର ଝିଅକୁ ତା ସହ କଥା ହେବାକୁ ବାଧ୍ୟ କରୁଥିଲା । କଥା ନହେଲେ ପରିବାରକୁ ଖତମ୍‌ କରିଦେବା ନେଇ ଧମକ ଦେଉଥିଲା ।

Share