ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ପ୍ରେମିକ ନେଲେ ଏମିତି ନିଷ୍ପତ୍ତି

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ଉତ୍ତ୍ୟେକ୍ତ ହୋଇ ଉକ୍ତ ଯୁବକଙ୍କ ଗଳା ଚିପି ହତ୍ୟା କରିଛନ୍ତି। ଏହା ପରେ ପ୍ରେମିକାଙ୍କ ସହ ମିଶି ଯୁବକଙ୍କ ମୃତଦେହକୁ ନେଇ ପାଳଗଦା ତଳେ ଲୁଚାଇ ରଖିଥିଲେ। ଯେମିତି କି କେହି ଜାଣି ନ ପାରିବେ।

ସୂଚନାଯୋଗ୍ୟ, ଲକ୍ଷ୍ମୀପୁରର ଖିରି ଥାନା ଅନ୍ତର୍ଗତ ସୁନ୍‌ସି ଗଁାରେ ରହୁଥିବା ଜଣେ ଯୁବତୀ ଏହି ଗାଁର ସଞ୍ଜୀବ ଏବଂ ହରପାଲଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା। ଗତ ୭ ତାରିଖରେ ରାତିରେ ତାଙ୍କ ପ୍ରେମିକାଙ୍କ ଘରକୁ ସଞ୍ଜୀବ ଯାଉଥିବା ପ୍ରେମିକ ହରପାଲ ଦେଖିଥିଲେ। ଏହାର କିଛି ସମୟ ମଧ୍ୟରେ ସେ ମଧ୍ୟ ଘର ଭିତରକୁ ପଶିଆସି ତାଙ୍କ ପ୍ରେମିକା ଏବଂ ସଞ୍ଜୀବଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ପରେ ସଞ୍ଜୀବଙ୍କ ବେକକୁ ନିଜ ବେଲ୍ଟରେ ଚାପି ହତ୍ୟା କରିଥିଲେ ହରପାଲ। ୮ ଜାନୁୟାରୀ ମଧ୍ୟାହ୍ନରେ ଗ୍ରାମବାସୀ ପାଳଗଦା ଭିତରୁ ସଞ୍ଜୀବଙ୍କ ମୃତଦେହ ଦେଖି ଭୟ କରି ଯାଇଥିଲେ। ତେବେ ହରପାଲ ଏବଂ ତାଙ୍କ ପ୍ରେମିକା ମିଶି ସଞ୍ଜୀବଙ୍କୁ ହତ୍ୟା କରିଥିବା ମୃତ ସଞ୍ଜୀବଙ୍କ ଭାଇ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ବେଲ୍ଟକୁ ଜବତ କରିଛି।

Share