ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଟାଟୁ କରିବା ଏକ ଫ୍ୟାଶନ ପାଲଟିଗଲାଣି। ତେବେ ଅନେକେ ନିଜ ଦେହରେ ବିଭିନ୍ନ ପ୍ରକାରର ଟାଟୁ କରୁଥିବା ଦେଖିବାକୁ ମିଳୁଛି। ପ୍ରେମୀ ଯୁଗଳ ମଧ୍ୟ ପରସ୍ପରଙ୍କ ନାମ ଲେଖୁଛନ୍ତି। ତେବେ ଏଠାରେ ଏକ ଅଜବ ଟାଟୁ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଗାଲରେ ତାଙ୍କ ପୁରୁଷ ବନ୍ଧୁଙ୍କ ଚେହେରାର ଟାଟୁ କରିଛନ୍ତି। ମିରର୍ର ରିପୋର୍ଟ ଅନୁସାରେ, ନାରାଲି ନଜ୍ମ ନାମ୍ନୀ ମହିଳା ତାଙ୍କ ପୁରୁଷ ସାଥୀଙ୍କ ଚେହେରା ନିଜ ଗାଲରେ ଆଙ୍କିଥିଲେ। ସେ ଟିକ୍ଟକ୍ରେ ସବୁବେଳେ ସେମାନଙ୍କ ସମ୍ପର୍କ ବାବଦରେ ଅପ୍ଡେଟ୍ ଦେଇଆସୁଥିଲେ। ଏଥିସହ ତାଙ୍କର ପିଲା ହେବା ଖବର ମଧ୍ୟ ସେ ଜଣାଇଥିଲେ। ପିଲା ଜନ୍ମ ହେବା ପୂର୍ବରୁ ସେମାନେ ଏକ ନୂଆ ଘର ନେଇଥିଲେ। ସେତେବେପେଳ ସବୁକିଛି ଠିକ୍ ଥିଲା। କିନ୍ତୁ ଏବେ ତାଙ୍କ ସାଥୀ ତାଙ୍କୁ ଛାଡି ପଳାଇଥିବା ଜଣାପଡିଛି। ଏପରି ଘଟଣାରେ ପୁରୁଷ ସାଥୀ ଅନ୍ଲାଇନ ଜରିଆରେ ସେ ନାରାଲିଙ୍କୁ ଧୋକା ଦେଇ ପଳାଇଯାଇଥିବା ଜଣାଇଥିଲେ। କିନ୍ତୁ ସେ ନାରାଲିଙ୍କ ସହିତ ରହିବାକୁ ଚାହୁଁ ନ ଥିବା କହିଥିଲେ। ଏହାପରେ ମଧ୍ୟ ନାରାଲି ତାଙ୍କ ପୁରୁଷ ସାଥୀଙ୍କୁ ଅପେକ୍ଷା କରିଥିବା କହିଛନ୍ତି।