ରାଜଧାନୀରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ବିଷ ପିଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ମୃତଦେହ ଜବତ କର ପୋଲିସ ଏମ୍ସ ହସ୍ପିଟାଲ ପଠାଇଛି। ମୃତ ପୁରୁଷଙ୍କ ଘର ନୟାଗଡ଼ରେ ହୋଇଥିବା ବେଳେ ମହିଳାଙ୍କ ଘର ଢେଙ୍କାନାଳରେ ବୋଲି ଜଣାପଡ଼ିଛି। ଉଭୟ ମୃତକ ବିବାହିତ ଥିବା ଜଣାପଡ଼ିଛି। ପୁରୁଷ ଜଣକ ସ୍ତ୍ରୀଙ୍କୁ ଛାଡ଼ି ଏବଂ ମହିଳା ଜଣକ ସ୍ବାମୀଙ୍କୁ ଛାଡ଼ି ଦୁହେଁ ଏକାଠି ରହୁଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ଭରତପୁର ପୋଲିସ ତଦନ୍ତ ଜାରି ରଖିଛି।

Share