Advertisement

ତହସିଲ କାର୍ଯ୍ୟାଳୟରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧୦ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରେମୀଯୁଗଳ ହେଲେ କାଶୀକାହାଲ ଗ୍ରାମର ସୁଜିତ ସରାଫ ଓ ଅଙ୍କିତା ସରାଫ। କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆଙ୍କ ଉପସ୍ଥିତିରେ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଇ ସାତଜନ୍ମର ସାଥୀ ହେବା ପାଇଁ ଶପଥ ନେଇଛନ୍ତି। ବରକନ୍ୟାଙ୍କୁ ପରିବାର ସହ ଉପସ୍ଥିତ ଲୋକେ ଓ ଆଇନଜୀବୀ ମନୋଜ କୁମାର ନାଏକ ଆଶୀର୍ବାଦ ଦେବା ସହ ସାରା ଜୀବନ ଖୁସିରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏନେଇ କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ବିବାହ କରାଯାଇଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel