ଗୋଟିଏ ରଶିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଉମରକୋଟ,୧୨ା୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମର ପମ୍ପ୍‌ ହାଉସରେ ସୋମବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଯୁବକ ସନାଧାର ଭତ୍ରା ପୂଜାରିଗୁଡ଼ା ଗ୍ରାମର ପମ୍ପ୍‌ ହାଉସରେ କାମ କରୁଥିବା ବେଳେ ଯୁବତୀ ପ୍ରିୟଙ୍କା ଗଣ୍ଡ ନିକଟସ୍ଥ କୁର୍ସୀ ଗ୍ରାମର। ବିବାହ ପାଇଁ ସାମାଜିକ ସ୍ବୀକୃତି ନ ମିଳିବାରୁ ଭୟରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।

Share