ପ୍ରେମ ଦିବସରେ ଘରୁ ଚାଲି ଆସିଥିଲେ ପ୍ରେମୀଯୁଗଳ, ମିଳିଲା ଝୁଲନ୍ତା ମୃତଦେହ

ପାପଡାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରେ ବୁଧବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଉଭୟ ଏକ ମହୁଲ ଗଛରେ ଝୁଲିପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ଲେଖାଯିବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ ମୃତ ଦେହ ନିକଟରେ ପ୍ରବଳ ଭିଡ଼ ଦେଖାଯାଇଛି। ପ୍ରେମିକା ମାଝୀଗୁଡା ପଞ୍ଚାୟତ ଭାଲୁଝର ଗ୍ରାମର ବେଲ ମୁଦୁଲି ଓ ପ୍ରେମିକ ମଇଦଲପୁର ପଞ୍ଚାୟତ ନୀଳାଦ୍ରୀଗୁଡା ଗ୍ରାମର ତ୍ରିପତି ମାଝୀ ବୋଲି ଜଣାପଡିଛି । ଉଭୟ ମଙ୍ଗଳବାର ପ୍ରେମ ଦିବସ ସାରୁ ଘରୁ ବାହାରିଥିବା ସୂଚନା ମିଳିଛି ।

Share