ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି । ଶୁକ୍ରବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତକ ଦ୍ବୟ ହେଲେ ସେହି ଗ୍ରାମର ସାଲଖାନ ମାରାଣ୍ଡି(୧୪) ଓ ମୁନୀ ମୁଖି(୧୮) । ଭିନ୍ନ ଭିନ୍ନ ଜାତିର ତଥା ବୟସ ତାରତମ୍ୟ ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣାରେ ପୋଲିସ ପୃଥକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ମୃତଦେହ ଦୁଇଟି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆୀଏମ ମେଡିକାଲକୁ ପଠାଇ ଅଧିକ ତଦନ୍ତ କରୁଛି ।

Share