Categories: ଫୁରସତ

ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍‌

ସାଧାରଣତଃ ଲୋକମାନେ ବାଇକ୍‌ରେ ବସି ଷ୍ଟଣ୍ଟ୍‌ କରୁଥିବାର ଦେଖିଥିବେ। ବେଳେବେଳେ ଏହି ଷ୍ଟଣ୍ଟ୍‌ ବହୁତ ବିପଦଜ୍ଜନକ ହୋଇଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରେମୀଯୁଗଳ ଏକ ସ୍ପୋର୍ଟସ ବାଇକ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌ କରୁଥିବା ଦେଖାଯାଉଛି। କିନ୍ତୁ ଏଥିରେ ବସିଥିବା ଏହି ପ୍ରେମୀଯୁଗଳ ଏପରି ଭୁଲ୍‌ କରିଥିଲେ ଯେ, ସେମାନେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯାହାର ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ।

@FAFO_TVରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଏହି ପ୍ରେମୀଯୁଗଳ ରାସ୍ତାରେ ଖୁବ୍‌ ଜୋର୍‌ରେ ଏକ ସ୍ପୋର୍ଟସ ବାଇକ୍‌ରେ ଷ୍ଟଣ୍ଟ୍‌ କରୁଛନ୍ତି। ସେମାନେ କେତେ ଦ୍ରୁତ ବେଗରେ ଯାଉଛନ୍ତି ଭିଡିଓ ଦେଖିଲେ ଜଣାପଡୁଛି। ବାଇକ୍‌ ପଛରେ ବସିଥିବା ଯୁବତୀ ଠିଆ ହେଉଛନ୍ତି ଏବଂ ତା’ପରେ ହ୍ୟାଣ୍ଡେଲ ସହିତ ବାଇକ୍‌ ଆଗକୁ ଉଠିଯାଉଛି। ଏହି ଷ୍ଟଣ୍ଟକୁ ସାଧାରଣ ଭାଷାରେ ହୁଇଲ୍‌ କୁହାଯାଏ। ବାଇକ୍‌ର ଆଗ ଟାୟାର ଯେପରି ପବନରେ ଉଡୁଛି ଏବଂ ସାମ୍ନାରେ ବସିଥିବା ବ୍ୟକ୍ତି ଆରାମରେ ବସିଛନ୍ତି। କିନ୍ତୁ ହଠାତ୍‌ ଦୁଇଜଣଙ୍କ ମଧ୍ୟରୁ କିଏ ପଛ ବ୍ରେକ୍‌ ମାରୁଛନ୍ତି, ହଠାତ୍‌ ବାଇକ୍‌ ଅଟକିଯାଉଛି। ଏଥିରୁ ବୁଝାପଡୁଛି ଯେ, ଏକ ଡିସ୍କ ବ୍ରେକ୍‌ ସହିତ ଫିଟ୍‌ ହେବା ଜରୁରୀ। ଡିସ୍କ ବ୍ରେକ୍‌ ଯୋଗୁ ବାଇକ୍‌ ହଠାତ୍‌ ଅଟକିଯାଉଛି ଏବଂ ଦୁହେଁ ତଳେ ପଡ଼ିଯାଇ କିଛି ଦୂର ଘୋଷାଡ଼ି ହୋଇଯାଉଛନ୍ତି। ଏହି ଦୁର୍ଘଟଣା କେତେ ଭୟଙ୍କର ତାହା ଭିଡିଓରୁ ସ୍ପଷ୍ଟ ଭାବେ ବୁଝାପଡୁଛି।

ଏହି ଭିଡିଓକୁ ୭ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ମାଧ୍ୟରେ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଯୁବତୀ ଜଣକ ଉଡ଼ିବାକୁ ଚାହୁଁଥିଲେ। ଆଉ ଜଣେ କହିଛନ୍ତି, ବ୍ୟକ୍ତି ଜଣକ ପଛ ବ୍ରେକ୍‌ ଦବାଇଥାଇ ପାରନ୍ତି। ଅନ୍ୟ ଜଣେ ପଚାରିଛନ୍ତି, ଯେତେବେଳେ ସେ ବ୍ରେକ୍‌ ମାରିଲେ ତାଙ୍କ ମନରେ କ’ଣ ଚାଲିଥିଲା। ଆଉ ଜଣେ ପଚାରିଛନ୍ତି, ସେ କାହିଁକି ଏପରି କଲେ।

Share