ସାଙ୍ଗଙ୍କ ଭଉଣୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା: କାତି ଚୋଟରେ ସାଙ୍ଗ ଗୁରୁତର

ଦିଗପହଣ୍ଡି/ପାଟପୁର, ୨୯।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଦ୍ମପୁର ଗ୍ରାମର ଜଣେ ଯୁବକଙ୍କ କାତି ଚୋଟରେ କରାଖଣ୍ଡି ଗ୍ରାମର ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଉଭୟେ ଘନିଷ୍ଠ ସାଙ୍ଗ ବୋଲି ପୋଲିସ କହିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପାଟପୁର ପୋଲିସ ଏକ ମାମଲା (ନଂ.୪୩୦/୨୪) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ପଦ୍ମପୁର ଗ୍ରାମର ଜଣେ ଯୁବକ ଏବଂ କରାଖଣ୍ଡି ଗ୍ରାମର ଜଣେ ଯୁବକ ଆନ୍ଧ୍ର ପ୍ରଦେଶରେ କାମ କରୁଥିଲେ। କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ବନ୍ଦୁତା ସ୍ଥାପନ ହୋଇଥିଲା। ଏହା କ୍ରମେ ନିବିଡ ହୋଇ ଦୁହେଁ ସାଙ୍ଗ ହୋଇ ଗାଁକୁ ଯିବା ଆସୁଥିଲେ। ଏପରିକି କରାଖଣ୍ଡି ଗ୍ରାମର ଯୁବକ ପଦ୍ମପୁର ଗ୍ରାମର ସାଙ୍ଗଙ୍କ ଘରକୁ ବେଳେ ବେଳେ ବୁଲିବାକୁ ମଧ୍ୟ ଆସୁଥିଲେ।

ହେଲେ କରାଖଣ୍ଡି ଗ୍ରାମର ଯୁବକଙ୍କ ନଜର ପଦ୍ମପୁର ଗ୍ରାମର ସାଙ୍ଗଙ୍କ ଭଉଣୀ ଉପରେ ପଡିଥିଲା। ତାଙ୍କୁ ସେ ଏକତରଫା ପ୍ରେମ କରି ବସି ଥିଲେ। କୌଶଳ କ୍ରମେ ମୋବାଇଲ ନମ୍ବର ସଂଗ୍ରହ କରି ନେଇଥିଲେ। ଏପରିକି ବିଭିନ୍ନ ସମୟରେ ସାଙ୍ଗଙ୍କ ଭଉଣୀଙ୍କୁ ଫୋନ କରି ପ୍ରେମ ନିବେଦନ କରି ହଇରାଣ ହରକତ କରୁଥିଲେ।

ଭଉଣୀଙ୍କ ଭାଇ(ସାଙ୍ଗ) ଏହା ଜାଣିବା ପରେ କୌଶଳ କରି କରାଖଣ୍ଡି ଗ୍ରାମର ସାଙ୍ଗକୁ ଜରୁରୀ କାମ ଥିବା କହି ଶନିବାର ରାତିରେ ଗାଁକୁ ଡ଼ାକିଥିଲେ। ସାଙ୍ଗ ଜଣକ କରାଖଣ୍ଡି ଗ୍ରାମର ଅନ୍ୟ ୪ଜଣ ସାଙ୍ଗକୁ ଧରି ୨ଟି ବାଇକରେ ପଦ୍ମପୁର ଗାଁକୁ ଆସିଥିଲେ। ପରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ପଦ୍ମପୁର ଗ୍ରାମର ସାଙ୍ଗ କରାଖଣ୍ଡି ଗ୍ରାମର ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। କାତି ଚୋଟରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପାଖରେ ଥିବା ଅନ୍ୟ ସାଙ୍ଗମାନେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଖବରପାଇ ସାଙ୍ଗଙ୍କ ସ୍ତ୍ରୀ ପାଟପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଥାନା ଆଇଆଇସି ଅଜୟ କୁମାର ସ୍ବାଇଁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ହିମାଂଶୁ ଶେଖର ପାତ୍ର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ କାତି ଜବତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହ ଜାରି: ପାଣି ପାଇଁ ଡହଳବିକଳ ପାରାଦୀପ ବାସିନ୍ଦା

ପାରାଦୀପ,୨୬ା୪(ଶରତ ରାଉତ): ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରି ସମୟରେ ପାରାଦୀପ ଶିଳ୍ପାଞ୍ଚଳରେ ବର୍ତ୍ତମାନ ଜଳସଙ୍କଟ ଦେଖାଦେଇଛି। ପାରାଦୀପ...

ଆସନ୍ତା ୧ରୁ ଜୁନ୍‌ ଯାଏ ଚାଲିବ ରବି ଋତୁ ଧାନକିଣା

ଭୁବନେଶ୍ୱର, ୨୬ା୪(ସୁନିତ୍‌ ମିଶ୍ର):ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ଟନ୍‌ ଧାନ ସଂଗ୍ରହ...

‘ଘଟଣାର ଜଡ଼ରେ ପହଞ୍ଚିବା ସାମ୍ବାଦିକଙ୍କ ଦାୟିତ୍ୱ’

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା):ସାମ୍ବାଦିକତା ହେଉଛି ସର୍ବପୁରାତନ ଜୀବିକା। କାହିଁ କେଉଁ କାଳରୁ ମଣିଷ ହୁଅନ୍ତୁ ବା ପ୍ରାଣୀ ଜୀବନ ଜୀବିକା ନିର୍ବାହ ପାଇଁ ଖାଦ୍ୟ ସମ୍ପର୍କରେ ସାଥୀଙ୍କୁ...

ଓଡ଼ିଶା ଭାରତର ଇସ୍ପାତ ରାଜଧାନୀ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଫିକି ସହଯୋଗରେ ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରଠାରେ ଶୁକ୍ରବାର ‘ଇଣ୍ଡିଆ ଷ୍ଟିଲ-୨୦୨୫’ ରାଉଣ୍ଡ୍‌ ଟେବୁଲ ସମ୍ମିଳନୀ...

କୋଟିଆ ପରେ ଏବେ ରାଇପାହାଡ଼: ଆନ୍ଧ୍ରରେ ମିଶିବାକୁ ସୀମାନ୍ତବାସୀଙ୍କ ଇଚ୍ଛା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରର ଅନୁପ୍ରବେଶ ଓ ବିସ୍ତାରବାଦୀ ନୀତି ପାଇଁ ସମସ୍ତଙ୍କ ନଜର ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ରହିଛି। ରାଜ୍ୟ...

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଭୁବନେଶ୍ୱରରେ ପାକିସ୍ତାନୀ ମହିଳା, ୨୦୦୮ରୁ ରହିଆସୁଥିବା କମିଶନରେଟ୍‌ ପୋଲିସର ସୂଚନା

ଭୁବନେଶ୍ୱର,୨୬ା୪: ରାଜଧାନୀ ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ସୂଚନା ମିଳିଛି। ଦୀର୍ଘମିଆଦୀ ଭିଜାରେ ୨୦୦୮ରୁ ସେ ଭୁବନେଶ୍ବରରେ ରହିଆସୁଛନ୍ତି। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image