ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ସବୁ ଜିଲାରେ ବର୍ଷିବ!

ଭୁବନେଶ୍ୱର,୪।୭(ବ୍ୟୁରୋ): ଦକ୍ଷିଣ ଝାଡଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣି ବଳୟଟି ବାୟୁମଣ୍ଡଳରେ ୫.୮ କି.ମି ଯାଏ ବ୍ୟାପିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଲଘୁଚାପ କ୍ଷେତ୍ର ପ୍ରଭାବରେ ଗଞ୍ଜାମ, ଗଜପତି, ନୟାଗଡ଼, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲାରେ ବର୍ଷା ହୋଇପାରେ।

Share