ଲଘୁଚାପ: ୮ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ବର୍ଷାଜାରି ରହିଛି । ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲଘୁଚାପ ବର୍ଷା ଲାଗିରହିବ। ତେବେ ୮ଟି ଜିଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, କଟକ, ମୟୂରଭଞ୍ଜ, ବାଳେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ନଦୀ ଫୁଲିବ, ମାତ୍ର ବନ୍ୟା ଆଶଙ୍କା ନାହିଁ। ବର୍ଷା ଯୋଗୁ କେନ୍ଦୁଝରର ସୁବର୍ଣ୍ଣରେଖା ଓ ବୁଢ଼ାବାଳଙ୍ଗ ନଦୀ ଫୁଲିବ। ବୁଧବାର ଓ ଗୁରୁବାର ୨ ଦିନ ଲଘୁଚାପ ବର୍ଷା ଜାରି ରହିବ। ୨୧ରୁ ପାଗ ଶୁଖିଲା ହେବ।

Share