୨ରେ ଲଘୁଚାପ ସମ୍ଭାବନା, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୨୬ା୮(ଅନିଲ ଦାସ): ଆସନ୍ତା ୩୦ ତାରିଖରେ ଉତ୍ତର-ପୂର୍ବ ବାଲାଂଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨ ବେଳକୁ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ଲଘୁଚାପ ରାଜ୍ୟର ବର୍ଷାଭାବକୁ ଦୂରକରିବା ସମ୍ଭାବନା କ୍ଷୀଣ। ଉତ୍ତର ଓଡ଼ିଶାର କିଛି ଜିଲାରେ ବର୍ଷା ହେଲେ ମଧ୍ୟ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଏହା ପ୍ରଭାବହୀନ ରହିବ ବୋଲି ଅନୁମାନ କରାଯାଉଛି।

Share