୪ରେ ଲଘୁଚାପ ସମ୍ଭାବନା: ବାତ୍ୟା ଆଶଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍‌…

ଭୁବନେଶ୍ୱର,୩ା୧୦(ଅନିଲ ଦାସ ):ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖରୁ ୧୧ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଏଲ୍‌-ନିନ୍ୟୋ ସକ୍ରିୟ ନାହିଁ। ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍‌ ଲା-ନିନା କଣ୍ଡିଶନ ଚାଲିଛି। ତେଣୁ ଅକ୍ଟୋବର ଓ ନଭେମ୍ବରରେ ଲା-ନିନା କଣ୍ଡିଶନରେ ଉନ୍ନତିି ହେବ। ଲା-ନିନା କଣ୍ଡିଶନ ଯେତେବେଳେ ଡେଭଲପ୍‌ ହୁଏ, ସେତେବେଳେ ଉତ୍ତର ଭାରତରେ ତାପମାତ୍ରା କମ୍‌ ରହିଥାଏ। ସାଧାରଣତଃ ଲା-ନିନା ବର୍ଷଗୁଡ଼ିକରେ ତାପମାତ୍ରା କମ୍‌ ରହିଥିବା ଦେଖାଯାଇଛି। ଏଥିଯୋଗୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। କିନ୍ତୁ ବର୍ତ୍ତମାନ ଅକ୍ଟୋବର ଓ ନଭେମ୍ବରରେ ଦୁର୍ବଳ ଲା-ନିନା କଣ୍ଡିଶନ ହେବ। ତାହା ଧୀରେ ଧୀରେ ସକ୍ରିୟ ହେବ। କିଭଳି ସକ୍ରିୟ ହେବ, ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢ଼ିବ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗତ କିଛିଦିନ ହେବ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହୁଛି। ଆର୍ଦ୍ରତା ପରିମାଣ ୭୦ରୁ ୮୦ ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ତେବେ ଆସନ୍ତା ୭ ତାରିଖ ବେଳକୁ ରାଜ୍ୟକୁ ପୂର୍ବ ଦିଗରୁ ବାୟୁ ପ୍ରବାହ ହେବ। ତାପମାତ୍ରା ତଳକୁ ଖସିବା ସହ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତ୍‌ସିଂହପୁର, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୩ରୁ ଓଜେଏସ୍‌ ମେନ୍‌

ଭୁବନେଶ୍ୱର,୩ା୧୦ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌)-୨୦୨୩ ମେନ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ...

ଆଜି ନୂଆଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ:୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଲକ୍ଷ୍ୟ

ଭୁବନେଶ୍ୱର,୩।୧୦ (ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ୨ଦିନିିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ...

ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୁବ୍‌ଶୀଘ୍ର ଏନ୍‌ଇପି

ଭୁବନେଶ୍ୱର,୩ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ଖୁବ୍‌ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ...

ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ…

ଭୁବନେଶ୍ୱର,୩ା୧୦(ଅନୁରାଧା ମହାରଣା):ଜୋତା ଭିତରେ ଲୁଚି ରହିଥିଲା ତମ୍ପ। ଜୋତା ପିନ୍ଧିବାକୁ ଯିବାବେଳେ କାମୁଡ଼ି ଦେଲା ସାପ। ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳରେ ବୁଧବାର ଏହି ଘଟଣା ଘଟିଛି।...

ଯାଜପୁରର ବିକାଶ ପାଇଁ ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ: ପ୍ରଣବ ପ୍ରକାଶ

ଝୁମ୍ପୁରୀ, ୩।୧୦(ସରୋଜ ନାୟକ): ଯାଜପୁରର ବିକାଶ ପାଇଁ ‘ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ’ ବୋଲି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି।...

ଐତିହାସିକ ଖଣ୍ଡଗିରି ଗୁମ୍ଫାରେ ନିକଟରେ ବଢୁଛି ଜବରଦଖଲ: ଚିନ୍ତା ପ୍ରକଟ କଲେ ଓଡ଼ିଶା ହାଇକୋର୍ଟ

କଟକ,୨।୧୦: ଐତିହାସିକ ଖଣ୍ଡଗିରି ଗୁମ୍ଫା ନିକଟରେ ବୃଦ୍ଧି ପାଉଥିବା ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରି ଓଡ଼ିଶା ହାଇକୋର୍ଟ ଖୋର୍ଦ୍ଧା ଜିଲାପାଳ, ଭୁବନେଶ୍ୱର ଡିସିପି ତଥା...

୫ ବର୍ଷରେ ଓଡ଼ିଶାକୁ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ...

୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଦୁର୍ଗମ ଲୁବେନଗଡ଼ ପଞ୍ଚାୟତର ପୁଇଝରୀ ଗାଁରେ ବୁଧବାର ଏକ ଅଭାବନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri