ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବ୍ଲକର ୨୨ ପଞ୍ଚାୟତରେ ୮୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବା ବେଳେ ବିକ୍ରି ଅପେକ୍ଷାରେ ଚାଷୀମାନେ ଟୋକନ ଅବଧି ଆସି ଥିବାରୁ ନିଜ ଖଳା ଓ ସାଧ୍ୟ ମତେ ଖୋଲା ଆକାଶ ତଳେ ରଖିଛନ୍ତି। ଧାନକୁ ଶୁଖାଇବା ସହ ମଣ୍ଡିକୁ ନେବା ଅପେକ୍ଷାରେ ରହିଥିବା ବେଳେ ଅଦିନିଆ ବର୍ଷା ଚାଷିଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି।

କୋକସରା ବ୍ଲକର କୋକସରା ପେକ୍ସ ଅଧୀନରେ ଝରିଆଗୁଡା ଉପମଣ୍ଡି, ଟେମରା ପେକ୍ସ ଅଧୀନରେ ଡେଙ୍ଗାଗୁଡା, ଡୁଡୁକାଠେଙ୍ଗା, ଗୋତମୁଣ୍ଡା ଉପମଣ୍ଡି , କାଶିବାହାଲ ପେକ୍ସ ଅଧୀନରେ ଫୁଫଗାଁ, ଧନସରା କନ୍ଦାବୁଟୁରା, ତୁନଗାଁ ଉପମଣ୍ଡି, ଡ଼ହଗାଁ ପେକ୍ସ ଅଧୀନରେ ଖୁଣ୍ଟିଆ, ଡାଲଗୁମା, ମୂଷାପାଲି ଉପମଣ୍ଡି, ଲଡୁଗାଁ ପେକ୍ସ ଅଧୀନରେ ଗମ୍ଭାରୀଗୁଡା ଉପମଣ୍ଡି, ଆମପାଣି ପେକ୍ସ ଅଧୀନରେ ଆମପାଣି, କାଉଡୋଳା, ବଡ଼ପୋଡ଼ାଗୁଡା ଉପମଣ୍ଡି ଓ ଚାରବାହାଲ ପେକ୍ସ ଅଧୀନରେ ମୋଟେର ମଣ୍ଡି ରହିଛି।

ଏହିସବୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ କିଛି ମଣ୍ଡିକୁ ଛାଡି ଦେଲେ ଅନ୍ୟ ସବୁ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି। ଲଗାଣ ବର୍ଷା ଯୋଗୁଁ ଏବେ ଖୋଲା ମଣ୍ଡିରେ ପଡି ରହିଥିବା ଚାଷିଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ବର୍ଷାରେ ଭିଜି ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ରହିଛି । ଅଦିନିଆ ବର୍ଷାରେ କାଦୋପଦର ଗ୍ରାମର ସମସ୍ତ ଖଳାରେ ସବୁ ଖଳାରେ ଆଣ୍ଠୁଏ ପାଣି ଜମି ରହିଛି ।

ଅନ୍ୟପକ୍ଷରେ ଧାନର ଗୁଣବତ୍ତା ନଷ୍ଟ ହେଲେ ମଣ୍ଡିରୁ ଧାନ ଉଠାଇବାରେ ମିଲର୍ସ ଏଫଏକ୍ୟୁ ଆଲରେ କଟନୀ କରିବା ପାଇଁ ବାଧ୍ୟ କରିବେ। ମଣ୍ଡିରେ ଚାଷିଙ୍କ ଧାନର ସୁରକ୍ଷା ଦାୟିତ୍ୱ ଆରଏମସି ବିଭାଗ ରହିଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ଧାନ ଢାଙ୍କିବା ପାଇଁ ପଲିଥିନ ନଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ କୋକସରା ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ସୁଦ୍ଧା ବ୍ଲକର ୩୧୦୫ ଜଣ ଚାଷୀଙ୍କ ଠାରୁ ୧ଲକ୍ଷ ୨୭ହଜାର ୮୬୭.୦୯ କ୍ୱିଣ୍ଟାଲ କ୍ରୟ ହୋଇଥିବା ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡିରେ ୨୧୦ ଜଣ ଚାଷୀଙ୍କ ୮୨୫୧.୯୭ କ୍ୱିଣ୍ଟାଲ ଧାନ ପଡି ରହିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍‌ ପୈଠ କରି ନ ଥିଲେ ବି ବିଦ୍ୟୁତ୍‌ କାଟ ହେବନ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ...

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image