Categories: ବାଣିଜ୍ୟ

ଟିକସ ହ୍ରାସ ଯୋଗୁ କମିବ ଦର

ନୂଆଦିଲ୍ଲୀ,୨୯।୧୨: ଦେଶର ପ୍ରମୁଖ ଖାଇବା ତେଲ ଯୋଗଣାକାରୀ କମ୍ପାନୀ ଆଦାନୀ ଓ୍ବାଲିମାର ଏବଂ ରୁଚି ସୋୟା ଭଳି ଅଧିକାଂଶ କମ୍ପାନୀ ସେମାନଙ୍କ ଉତ୍ପାଦଗୁଡିକର ଦର (ମୂଲ୍ୟସୂଚୀ) ହ୍ରାସ କରିଛନ୍ତି। ଫଳରେ ଖାଉଟିଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିବ ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛିି। ନିକଟରେ ସରକାରଙ୍କ ପ୍ରସ୍ତାବ ଅନୁସାରେ ଖାଦ୍ୟ ମନ୍ତ୍ରଣାଳୟ ଖାଇବା ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ। ଉଭୟ ମନ୍ତ୍ରଣାଳୟ ଓ ସରକାରଙ୍କ ଘୋଷଣା ଅନୁସାରେ କମ୍ପାନୀଗୁଡିକ ସର୍ବୋଚ୍ଚ ଖୁଚୁରା ଦରରେ ୧୦ରୁ ୧୫% ମୂଲ୍ୟ ହ୍ରାସ କରିଥିବା ଶିଳ୍ପସଂଘ ସୋଲେଭଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ଇଏ) ପକ୍ଷରୁ ସୋମବାର ଏ ନେଇ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ସେହିଭଳି ଫର୍ଚ୍ୟୁନ୍‌ ବ୍ରାଣ୍ଡ ପାଇଁ ଜଣାଶୁଣା ଆଦାନି ୱାଲିମାର, ମହାକୋଶ, ସନ୍ରିଚ୍‌, ରୁଚି ଗୋଲ୍ଡ ଏବଂ ନ୍ୟୁଟ୍ରେଲା ବ୍ରାଣ୍ଡ ପାଇଁ ବେଶ୍‌ ପରିଚିତ ରୁଚି ସୋୟା, ଇମାମି ଏବଂ ଜେମିନି ଭଳି ଅନେକ ଖାଇବା ତେଲ କମ୍ପାନୀ ବର୍ତ୍ତମାନ ଦର କମାଇଥିବା ଜଣାପଡ଼ିଛି। ଖାଇବା ତେଲର ବର୍ଦ୍ଧିତ ଦରରୁ ଖାଉଟିଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଶିଳ୍ପପତିମାନଙ୍କୁ ଭେଟିଥିଲେ ଏବଂ ଏହା ଉପରୁ ଆବଶ୍ୟକ ପରିମାଣର ଆମଦାନୀ ଶୁଳ୍କ ହ୍ରାସର ଲାଭ ଖାଉଟିଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ।

Share