କାରାକସ୍,୨୮।୨: ଆଜିକାଲି ଆମ ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହେଲାଣି। ଏମିତିକି ଆମ ଦେଶର କିଛି ସହରରେ ପେଟ୍ରୋଲ ଦାମ୍ ଲିଟର ପ୍ରତି ୧୦୦ ଟଙ୍କା ଉପରେ ରହିଛି। ମାତ୍ର ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ପେଟ୍ରୋଲ ଦାମ୍ ବହୁତ ଶସ୍ତା। ପାଣିର ଦାମ୍ ଯେତିକି ଏଠାରେ ତେଲ ଦାମ୍ ମଧ୍ୟ ସେତିକି।
ଏମିତି ଦେଶ ହେଉଛି ଭେନଜୁଏଲା। ଏଠାରେ ସବୁଠୁ ଶସ୍ତାରେ ପେଟ୍ରୋଲ ମିଳେ। ଏଠାରେ ପେଟ୍ରୋଲର ଦାମ୍ ୧ ଟଙ୍କା ୪୫ ପଇସା। ୨୦୧୮ ମସିହାରେ ଏହି ଦେଶରେ ମାତ୍ର ୬୭ ପଇସାରେ ୧ ଲିଟର ପେଟ୍ରୋଲ ମିଳୁଥିଲା। କାରଣ ଏଠାରେ ବିଶ୍ୱର ସବୁଠୁ ବଡ଼ ତୈଳଭଣ୍ଡାର ରହିଛି। ସୁଦୃଢ଼ ଆର୍ଥିକ ବ୍ୟବସ୍ଥା ଯୋଗୁ ସରକାର ଇନ୍ଧନ ପ୍ରତି ସବ୍ସିଡି ଦେଇଥାନ୍ତି। ଏହାବ୍ୟତୀତ ଇରାନ, ଦକ୍ଷିଣ-ପଶ୍ଚିମ ଆଫ୍ରିକା, କୁଏତ ଆଦି ଦେଶରେ ବି ଶସ୍ତାରେ ପେଟ୍ରୋଲ ମିଳିଥାଏ।