୧୫୫ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର…

ଡେରାଡୁନ,୧୧।୭ : ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡରର କ୍ରମାଗତ ବୃଦ୍ଧି ମୂଲ୍ୟ ସାଧାରଣ ଲୋକଙ୍କ ଆଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଗିଡ଼ି ଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲିୟମ କମ୍ପାନୀ ୨ କିଲୋଗ୍ରାମ ସିଲିଣ୍ଡର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର ଦାମ ୧୫୫ ଟଙ୍କା ମୂଲ୍ୟ ସ୍ଥିର କରିବାକୁ ଆଲୋଚନା ଚାଲିଛି।

ବଜାରରେ ଏହା ପୂର୍ବରୁ ୫ କିଲୋଗ୍ରାମ କମ୍ପୋଜିଟ ସିଲିଣ୍ଡର ଲଞ୍ଚ ହୋଇଥିଲା। ଏହା ହାଲୁକା ଥିଲା। ତାଙ୍କୁ ଯେକୌଣସି ସ୍ଥାନକୁ ନିଆଯାଇପାରୁଥିଲା।

ତଥାପି, ବର୍ତ୍ତମାନ ୨ କିଲୋଗ୍ରାମ ଓଜନ ବିଶିଷ୍ଟ ସିଲିଣ୍ଡରକୁ ପ୍ରସ୍ତାବ ପାଇଁ ପଠାଯାଇଛି । ଅନୁମୋଦନ ପରେ ଏହା ବଜାରକୁ ଆସିବ।

Share