Categories: ଜାତୀୟ

ଏଲପିଜି ସିଲିଣ୍ଡର ମିଳିବ ୪୭୪ ଟଙ୍କାରେ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ରାୟପୁର,୩୧।୧୦ : ଛତିଶଗଡ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ କ୍ରମାଗତ ଭାବରେ ବିଭିନ୍ନ ଘୋଷଣା କରୁଛି। ନିର୍ବାଚନ ବୈଠକରେ ଏପର୍ଯ୍ୟନ୍ତ ୧୭ ଟି ଘୋଷଣା କରିଛନ୍ତି। ଆଜି ଟୁଇଟ କରି ଦଳ ପକ୍ଷରୁ ଶସ୍ତା ଗ୍ୟାସ ସିଲିଣ୍ଡର ଦେବା ବିଷୟରେ ସୂଚିତ କରଯୋଇଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟୁଇଟ କରି ଲେଖିଛନ୍ତି ଦେଶର ସବୁଠାରୁ ଶସ୍ତା ସିଲିଣ୍ଡର ଛତିଶଗଡରେ ଉପଲବ୍ଧ ହେବ। ସିଲିଣ୍ଡରର ମୂଲ୍ୟ ମାତ୍ର ୪୭୪ ଟଙ୍କାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ପ୍ରାୟ ଦୁଇମାସ ପୂର୍ବେ ଅଗଷ୍ଟ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ଟଙ୍କା ହ୍ରାସ କରିଥିଲେ। ଏହା ପରେ, ବର୍ତ୍ତମାନ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୯୦୩ଟଙ୍କାରେ ଉପଲବ୍ଧ ହେଉଛି। ରାୟପୁରରେ ସିଲିଣ୍ଡରର ମୂଲ୍ୟ ୯୭୪ ଟଙ୍କାକୁ ଆସିଛି। ତେବେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଶସ୍ତା ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଘୋଷଣା କରି ସିଏମ ଭୁପେଶ ବଘେଲ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି।

Share